ନୂଆଦିଲ୍ଲୀ: ମୁମ୍ବାଇ ବିସ୍ଫୋରଣର ମାଷ୍ଟ୍ରରମାଇଣ୍ଡ ତଥା ଜମାତ-ଉଦ୍-ଦାଓ୍ୱା ମୁଖ୍ୟ ହାଫିଜ୍ ସୟୀଦକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ । ୧୦ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନର ଆଣ୍ଟି ଟେରୋରିଜିମ୍ କୋର୍ଟ ।

ଆତଙ୍କବାଦୀଙ୍କୁ ବେନାମୀ ଫଣ୍ଡିଂ ମାମଲାରେ ହାଫିଜ୍କୁ ଏହି ଜେଲ୍ ଦଣ୍ଡ ମିଳିଛି । ପୂର୍ବରୁ ତାକୁ ୧୧ ବର୍ଷର ଜେଲ ଦଣ୍ଡ ହୋଇଥିବା ବେଳେ ଗତ ବର୍ଷ ଜୁଲାଇ ୧୭ ତାରିଖରେ ଗିରଫ କରାଯାଇଥିଲା । ଭାରତ ସରକାରଙ୍କ ଆତଙ୍କବାଦୀ ତାଲିକାର ମୋଷ୍ଟ ଓ୍ୱାଣ୍ଟେଡ୍ରେ ରହିଛି ଜମାତ-ଉଦ-ଦାଓ୍ୱା ମୁଖ୍ୟ ହାଫିଜ ସୟୀଦ।
ଏଠାରେ ପ୍ରକାଶଥାଉକି, ଜାତିସଂଘ ହାଫିଜ୍ ସୟୀଦକୁ ଆତଙ୍କବାଦୀ ଘୋଷଣା କରିସାରିଥିବା ବେଳେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତା’ଉପରେ ୧୦ ମିଲିୟନ ଡଲାର ରାଶି ଘୋଷଣା କରିଛି । ଆତଙ୍କବାଦର ଭୁ-ସର୍ଗ ପାଲଟିଥିବା ପାକିସ୍ତାନରେ ରହି ହାଫିଜ୍ ସୟୀଦ ତାର ଆତଙ୍କବାଦୀ ନେଟଓ୍ୱାର୍କ ଚଳାଇଛି ।