ବାପା ହେବେ ବିରାଟ କୋହଲି

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ଜଣାଇଛନ୍ତି। ଖବର ପାଇବା ପରେ ଉଭୟ ବିରାଟ ଏବଂ ପତ୍ନୀ ଅନୁଷ୍କାଙ୍କ ପାଇଁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ବିରାଟ କିଛି ସମୟ ପୂର୍ବରୁ ଟ୍ୱିଟରରେ ଏକ ପୋଷ୍ଟ କରି ଏହି ଶୁଭ ଖବର ଦେଇଛନ୍ତି। ସେ ଅନୁଷ୍କାଙ୍କ ସହ ଏକ ଫଟୋରେ ନଜର ଆସୁଛନ୍ତି। ଯେଉଁଥିରେ ଅନୁଷ୍କା ଅନ୍ତସତ୍ତ୍ୱା ଥିବା ଜଣାପଡ଼ୁଛି। କ୍ୟାପ୍ସନରେ ବିରାଟ ଲେଖିଛନ୍ତି ଖୁବଶୀଘ୍ର ଆମେ ତିନି ହେବାକୁ ଯାଉଛି। ଜାନୁଆରୀ ୨୦୨୧ରେ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମନେବାକୁ ଯାଉଛି। ଉଭୟରେ ଫୋଟୋରୋ ବେଶ ଖୁସି ଥିବା ଜଣାପଡ଼ୁଛନ୍ତି।

ସୂଚନାଯୋଗ୍ୟ, ବିରାଟ ବର୍ତ୍ତମାନ ଆଇପିଏଲ ମ୍ୟାଚ ଖେଳିବା ଲାଗି ୟୁଏଇରେ ଅଛନ୍ତି। ସେ ନିଜ ଟିମ୍ ଆରସିବିର ଅଧିନାୟକ ଭାର ତୁଲାଇବେ।