ଭୁବନେଶ୍ବର( ଏସ୍ ନ୍ୟୁଜ ): ଖୋଲୁଛି ପାଠକ ବାପପୁଅଙ୍କ କଳାଟଙ୍କାର ପେଡ଼ି । ଅସରନ୍ତି ସମ୍ପତ୍ତିର ଖୋଳତାଡ଼ ପାଇଁ ଉଭୟ ବାପପୁଅଙ୍କୁ ୩ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ଭିଜିଲାନ୍ସ ଏସ୍ଆଇଟି । ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ଅଲଗା ଅଲଗା ଜେରା ହେବ। ୧୦ ଜଣିଆ ଭିଜିଲାନ୍ସ ଅଫିସରଙ୍କୁ ନେଇ ଦୁଇଟି ଟିମ ବାପ ପୁଅଙ୍କୁ ପଚରା ଉଚରା କରିବ। ଏବେ ଅଭୟ ପାଠକଙ୍କୁ ଜେରା କରାଯାଉଛି ।ଗତ କାଲି ରାତିରୁ ପଚରାଉଚରା ଆରମ୍ଭ ହୋଇଛି ।
ଗତକାଲି ଝାରପଡା ଜେଲରୁ କଟକ ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯାଇ ଜେରା ହୋଇଥିଲା । ଆଜି ପୁଣି ଜେରା ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଆର୍ଥିକ ଅନିୟମିତତା ନେଇ ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଛି । ରିମାଣ୍ଡ ବେଳେ ଏନେଇ ଭିନ୍ନ ଭିନ୍ନ ପ୍ରଶ୍ନ ପଚରା ଉଚରା କରାଯାଉଛି । ଆାକାଶଙ୍କ ୩ଟି ଆକାଉଣ୍ଟରେ ୧୪କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି । ଏହାର ଖୋଳତାଡ କରିବ ଏସଆଇଟି । ପୁଅ ଆକାଶଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍ସ ଅଧିକାରୀ ଅଭୟକାନ୍ତଙ୍କୁ ପଚାରିଥିଲେ । । ଜମି ବିକ୍ରି ଟଙ୍କା ସେ ପୁଅ ଆକାଶଙ୍କ ଆକାଉଣ୍ଟରେ ଜମା ରଖିଥିଲେ ବୋଲି ମିଛ କହିଥିଲେ ଅଭୟ । କିନ୍ତୁ ଭିଜିଲାନ୍ସ ଟିମ୍ ତଦନ୍ତ କରିବା ପରେ ଅଭୟଙ୍କର କୌଣସି ଜମି ନିକଟରେ ବିକ୍ରି ହୋଇନଥିବା ଜାଣିବାକୁ ପାଇଛି ।ଆଶା କରାଯାଉଛିକି ତିନି ଦିନ ରିମାଣ୍ଡରେ ଉଭୟଙ୍କ ଠାରୁ ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସକୁ ହସ୍ତଗତ ହେବ ।