ଭୁବନେଶ୍ବର (ଏସ୍ ନ୍ଯୁଜ): ନୟାଗଡର ୫ ବର୍ଷ ଝିଅ ପରୀ ହତ୍ୟା ମାମଲାରେ ଉତେଜନା ଦେଖାଯାଇଛି । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଯାଇଥିବା ବେଳେ ପୋଲିସ ସହ ସାମ୍ନାସାମ୍ନି ହୋଇଥିଲା। ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କ ଘର ଆଗରେ ଆନ୍ଦୋଳନ କରିଛନ୍ତି।
“ଅତ୍ୟାଚାରୀ ସରକାର ତଥା ହତ୍ୟାକାରୀକୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବିଦା କରାଯାଉ ବୋଲି କହିଛନ୍ତି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଏହାସହ ତଦନ୍ତକୁ ବାଟ ମାରଣା କରିବାକୁ ନବୀନ ସରକାର ବଳି ଦେବା କଥା ଯୋଡ଼ୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଯେଉଁ ଅରୁଣ ସାହୁ ଅପରାଧି ବାବୁଲି ନାୟକକୁ ଘଣ୍ଟ ଘୋଡାଉଛନ୍ତି, ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ନବୀନ୍ ବାବୁ ଯେଉଁ ସ୍ଵଚ୍ଛତାର ମୁଖା ପିନ୍ଧି କୁନି କୁନି ପିଲାଙ୍କର ଆଖି ଓ କିଡ଼ନୀ କାଢି ନେଉଛନ୍ତି, ଏଥିପାଇଁ ଓଡ଼ିଶାର ଲୋକ କେବେବି ତାଙ୍କୁ କ୍ଷମା କରିବେ ନାହିଁ” ବୋଲି ବିଜେପି କହିଛି।
ସୂଚନା ଥାଉକି,ହତ୍ୟାକାଣ୍ଡ ତଦନ୍ତ ପାଇଁ ଗଠିତ ଏସଆଇଟି ମାମଲାର ତନାଘନା ଆରମ୍ଭ କରିଥିବା ବେଳେ ତା’କୁ ବଳି ପାଇଁ ହତ୍ୟା କରାଯାଇଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷ୍ୟ ସାଧ୍ୟବତୀ ପ୍ରଧାନ କହିଛନ୍ତି, ପରୀ ହତ୍ୟାକାଣ୍ଡରେ ଜବତ ହୋଇଥିବା କଙ୍କାଳକୁ ଦେଖିଲେ ଅନେକ କଥା ମନକୁ ଆସୁଛି। ୧୦ ଦିନ ଭିତରେ ଶବ ଏଭଳି ପାଚିବ ନାହିଁ। ଦୁଷ୍କର୍ମ ପରେ ହତ୍ୟା କିମ୍ବା ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଏଭଳି କରାଯାଇ ପରିଥାଏ। ତା’ ଛଡା ପରୀକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି।