Pahalgam terrorist attack : ଘର ବୁଡ଼ି ପାଣି ଆଣ୍ଠୁଏ: ଓଡ଼ିଆ ବୁଦ୍ଧିଜୀବୀଙ୍କ ଦୃଷ୍ଟିରେ ଧରା ପଡ଼ିଗଲେ ୟୁନୁସ୍‌

Pahalgam terrorist attack : ପହଲଗାମ ଆତଙ୍କୀ ହମ୍‌ଲା, ଅପରେସନ୍‌ ସିନ୍ଦୁର ପରେ ଘରକୁ ଘର ବୁଲି ସିନ୍ଦୁର ବିତରଣ କରିବା ପାଇଁ ଗୋଟିଏ ରାଜନୈତିକ ଦଳ ଠିକା ନେଇଛି ।

  1. ‘ଅପରେସନ୍‌ ସିନ୍ଦୁର’ ଆତଙ୍କୀ ସଂଗଠନ ବିରୋଧରେ ନା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିଲା ?
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସ୍ତ୍ର ବିରତି ଘୋଷଣା କରିବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ଅସ୍ତ୍ର ବିରତି ଘୋଷଣା କରିବାର ମାନେ କ’ଣ ହୋଇପାରେ ?
  3. ସ୍ୱାଧିନ ଭାରତ କେବେଠାରୁ ତା’ର ସାର୍ବଭୌମତ୍ୱ ହରାଇ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲାମ ହୋଇଗଲା ?

ସେ ବିଷୟରେ ସମ୍ପାଦକୀୟ ଲେଖିବାର ସାହସ ହରାଇ ଓଡ଼ିଶାର ଗୋଟିଏ ଲୋକପ୍ରିୟ ଖବରକାଗଜ ତା’ର ବ୍ୟବସାୟିକ ଫାଇଦା ଉଠାଇବା ପାଇଁ ଗୋଟିଏ ଶୋଷଣକାରୀ ରାଜନୈତିକ ଦଳର ପାଦ ଚାଟିବାକୁ ବାହାରିଛି ।
ବାଂଲାଦେଶର ରାଜନୈତିକ ଅସ୍ଥିରତା ସଂପର୍କରେ ଲେଖି ସଂପୃକ୍ତ ଖବରକାଗଜ ବାଂଲା ଜନତାଙ୍କ ମନରେ ନବ ଜାଗରଣ ସୃଷ୍ଟି କରିବାକୁ ଅଂଟା ଭିଡ଼ିଛନ୍ତି । ମାତ୍ର ଦେଶର ଜନଜୀବନ ସହିତ ଖେଳୁଥିବା ରାଜନୈତିକ ଦଳ ବିରୋଧରେ ଧାଡ଼ିଟେ ଲେଖିବାର ସତ୍‌ ସାହସ ହରାଇଛନ୍ତି । ଏମିତି ଗଣମାଧ୍ୟମ ସଂସ୍ଥା ଉପରେ ଭରସା କରିବା ବୃଥା ବୋଲି ପ୍ରତିକ୍ରିୟା ପ୍ରକାଶ କରିଛି ଜାତୀୟ ପଛୁଆ ବର୍ଗ ମହାସଂଘ ।