କର୍କଟ ରୋଗର ୧୦ଟି ଆଗୁଆ ଲକ୍ଷଣ ସଂପର୍କରେ ସତର୍କ କରାଇ ଦେଉଛୁ । ଆପଣ ଅବା ଆପଣଙ୍କର କୌଣସି ସଂପର୍କୀୟଙ୍କ ଶରୀରରେ ଉକ୍ତ ୧୦ଟି ଲକ୍ଷଣ ଭିତରୁ କୌଣସି ଗୋଟିଏ ଦେଖିବାକୁ ପାଉଥିଲେ, କାଳବିଳମ୍ବ ନକରି ଡାକ୍ତରଙ୍କୁ ଭେଟି ତାଙ୍କର ପରାମର୍ଶ ଲୋଡ଼ନ୍ତୁ ।
ପ୍ରଥମଟି ହେଲା, ଯଦି ଆପଣଙ୍କ ଓଜନ ଦିନକୁ ଦିନ କମି ଯାଉଥାଏ । ତେବେ ଆପଣଙ୍କ ପାକସ୍ଥଳୀ, ଫୁସଫୁସ, ଅଗ୍ନାଶୟ, ପିତକୋଷ, କିଡ୍ନି ପ୍ରଭୃତି ଆଭ୍ୟନ୍ତରୀଣ ଅଙ୍ଗ ଆଡକୁ ମହାବିପଦ ମାଡ଼ି ଆସିବାର ଆଶଙ୍କା ରହିଛି । କାଳବିଳମ୍ବ ନକରି ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।
ଦ୍ୱିତୀୟଟି ହେଲା, ସାମାନ୍ୟ ଶାରୀରିକ ପରିଶ୍ରମ କରିବା ମାତ୍ରେ ପ୍ରବଳ ହାଲିଆ ଅନୁଭବ କରୁଥିଲେ, ରକ୍ତରେ ଲୋହିତ ରକ୍ତକଣିକା ଅଭାବ ରହିଛି ବୋଲି ଜାଣନ୍ତୁ ଓ ତୁରନ୍ତୁ ଡାକ୍ତରଙ୍କୁ ସାକ୍ଷାତ କରି ପ୍ରତିକାର ଗ୍ରହଣ କରନ୍ତୁ ।
ତୃତୀୟଟି ହେଲା, ଶରୀରରେ କୋଷ ବୃଦ୍ଧି ପାଉଥିଲେ । ବିଶେଷ କରି ଛାତି, ଅଣ୍ଡକୋଷ ଭଳି ସମ୍ବେଦନଶୀଳ ସ୍ଥାନରେ କୋଷ ବୃଦ୍ଧି ହେବାର ଆଶଙ୍କା ରହିଛି । ୟା’ ବାଦ ଦେହରୁ ପ୍ରବଳ ଝାଳ ବୋହୁଥିଲେ । କାଳବିଳମ୍ବ ନକରି ଡାକ୍ତରଙ୍କ ନିକଟକୁ ଯାଆନ୍ତୁ । ଚତୁର୍ଥଟି ହେଲା, ଚର୍ମର ରଙ୍ଗ ବଦଳି ଯାଉଥିଲେ । ବ୍ରଣ ବେଶିଦିନ ରହୁଥିଲେ, ଭାତୁଡ଼ି ଆକାର ପରିବର୍ତନ ହେଉଥିଲେ । କଳାଜାଈ ହାର ବୃଦ୍ଧି ପାଉଥିଲେ । ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।
ପଂଚମ ଲକ୍ଷଣ ହେଉଛି, କାଶ, ପରିସ୍ରା, ଝାଡ଼ା, ବାନ୍ତିରେ ରକ୍ତ ପଡୁଥିବାର ଦେଖିଲେ, ସାଂଘାତିକ ମନେକରି ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।
ଷଷ୍ଠ ଲକ୍ଷଣ ହେଉଛି, ବେଶିଦିନ ଧରି କୌଣସି କାଶ ହେଉଥିଲେ, ଗଳା, ଫୁସଫୁସ ଅବା ଥାଇରଏଡ୍ କର୍କଟ ଆଶଙ୍କା କରି ଆଶୁ ପଦକ୍ଷେପ ଗ୍ରହଣ କରିପାରନ୍ତି ।
ସପ୍ତମଟି ହେଉଛି, ଶରୀରରୁ ବାହାରୁଥିବା ଝାଳ ଦୁର୍ଗନ୍ଧ ହେଉଥିଲେ । ଛାତି ଜଳାପୋଡା ଅନୁଭବ କରୁଥିଲେ । ବେଶିଦିନ ଧରି ବଦହଜମି ହେଉଥିଲେ । କର୍କଟ ସଂକ୍ରମଣ ଆଶଙ୍କା କରି ଡାକ୍ତରଙ୍କୁ ଭେଟନ୍ତୁ ।
ଅଷ୍ଟମ ଲକ୍ଷଣ ହେଉଛି, ପରିସ୍ରା ଜଳାପୋଡ଼ା କରୁଥିଲେ । ପରିସ୍ରା ଲୋହିତ ଦିଶୁଥିଲେ । ମୂତ୍ର ସାରଣୀ ଅବା ଅଣ୍ଡକୋଷ ଉପରେ କର୍କଟ ହମ୍ଲା କରୁଛି ଭାବି ଡାକ୍ତରଙ୍କ ନିକଟକୁ ଯିବାକୁ ଅନୁରୋଧ ।
ନବମ ଲକ୍ଷଣ ହେଉଛି, ହାଡ଼, ଅଙ୍ଗୁଠି, ଗଣ୍ଠି ସମେତ ଶରୀର ଭିତରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକରେ ଅସହ୍ୟ ପୀଡ଼ା ଅନୁଭୂତ ହେଉଥିଲେ, କର୍କଟର ପୂର୍ବାଭାସ ଭାବି ଡାକ୍ତରଙ୍କୁ ଭେଟନ୍ତୁ ।
ଦଶମ ଲକ୍ଷଣ ହେଉଛି, ରାତିରେ ଶେଯକୁ ଯିବା ପରେ ଶରୀରରେ ତାତି ଆସିବା, ଝାଳରେ ଶରୀର ସଂପୂର୍ଣ୍ଣ ଓଦା ହୋଇଯିବା, ବିନା କାରଣରେ ଶରୀରର କୌଣସି ଅଂଶ କୁଣ୍ଡାଇ ହେବା, ଖଣ୍ଡିଆ ହୋଇଯାଉଥିଲେ । କାଳବିଳମ୍ବ ନକରି ଡାକ୍ତରଙ୍କୁ ସାକ୍ଷାତ କରନ୍ତୁ ।
https://www.youtube.com/@shaksinews