ଫାଶୀ ଲଗାଇ ଯୁବକ ଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ।

କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ସିଲଯୋଡ଼ା ଗ୍ରାମର ଶୋଷ ବସ୍ତି ରେ ଜଣେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିଛି। ମୃତ୍ୟୁକ ଙ୍କ ପରିଚୟ ଶିବ ସୋଇ ବୟସ (୧୮)ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଶିବ ଶୋଇ ତାଙ୍କ ଭଉଣୀ ଙ୍କ ସହିତ ରହୁଥିଲେ। ପ୍ରାୟ ଦେଢ଼ ମାସ ହେବ ତାଙ୍କ ଭଉଣୀ କାମରେ ବାହାରକୁ ଯାଇଥିବାରୁ ଶିବ ଏକୁଟିଆ ରହୁଥିଲେ। ତେବେ ସେ ଗତ ବିଳମ୍ବିତ ରାତିରେ କୌଣସି କାରଣରୁ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି।

ସକାଳ ୮ ଟା ପାଖା ପାଖି ବସ୍ତି ଲୋକେ ଶିବ ଶୋଇ ଙ୍କ ଝୁଲନ୍ତା ଶରୀର ଦେଖି ପୋଲିସ କୁ ଖବର କରିଥିଲେ। ବାମେଵାରୀ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି।

ପୋଲିସ ଏହି ଘଟଣାରେ କେସ ନମ୍ବର ୨୩/୨୦୨୫ ରୁଜୁ କରି ପଚରାଉଚରା ଜାରୀରଖିଛି।