ବିଜେପିର ନୂଆପଡ଼ା ମିଶନ ଆରମ୍ଭ କରିଛନ୍ତି ମୋହନ ଚରଣ ମାଝି । ନୂଆପଡ଼ା ବିଜେଡି କବଳରେ ଥିବାରୁ ବିଜେପି ସରକାର ସେଥିପ୍ରତି ବିଶେଷ ଦୃଷ୍ଟି ଦେଇ ନଥିଲେ ।
ଏହି ବିଷୟଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କଥାରୁ ଫୁଟି ଉଠୁଥିଲା ।
ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ଏଫ୍ ସି ଆଇ ଗୋଦାମ ନିକଟ ପଡ଼ିଆରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମାଝି ଢୋଲକିଆ ମା-ପୁଅଙ୍କୁ ବିଜେପି ଆଡ଼କୁ ଢଳିବାକୁ ସଂକେତ ପ୍ରଦାନ କରିଛନ୍ତି ।
ରାଜେନ୍ଦ୍ର ଢୋଲକିଆଙ୍କୁ ବନ୍ଧୁ କହି ମୁଖ୍ୟମନ୍ତ୍ରୀ କଳ୍ପନା ଢୋଲକିଆଙ୍କ ନିକଟତର ହେବାକୁ ପ୍ରୟାସ କରିଛନ୍ତି । ରାଜେନ୍ଦ୍ର ଢୋଲକିଆ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥିଲେ ମାତ୍ର ଶତ୍ରୁ ନଥିଲେ ।
ଉପ-ନିର୍ବାଚନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଜେପି ଟିକେଟ୍ ପାଇ ନିର୍ବାଚନ ଲଢ଼ିବାର ମଉକା ପାଇଛନ୍ତି ।
ବିଜେଡି ମଲା କଙ୍କଡ଼ା ଭଳି ପଡ଼ିଥିବା ବେଳେ ବିଜେପି ନୂଆପଡ଼ା ଆସନକୁ ମାଡ଼ି ବସିବା ପାଇଁ ଗୋଟି ଚଳାଇବା ଆରମ୍ଭ କରିଛି ।
ଦେଖାଯାଉ, ପାଣି କୁଆଡ଼କୁ ଯାଉଛି?