ଆଜି ମାତ୍ର ୨୦ ମିନିଟ୍ ଚାଲିଲା ଗୃହ । ପ୍ରଶ୍ନକାଳ ଆରମ୍ଭରୁ ପୁଣି ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକଙ୍କ ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।
ଆଜି ବିଜେଡି ଉଠାଇଥିଲା ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗ । ନିଜ ଆସନରେ ଛିଡା ହୋଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ ।
ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିଜେଡି ଓ କଂଗ୍ରେସ ବିଧାୟକଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି । ହେଲେ ଶୁଣିନଥିଲେ ବିରୋଧୀ । ସେପଟେ ହଟ୍ଟଗୋଳ ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ।