ଯୁବକଙ୍କୁ କଟୁରୀ ଦେଖାଇ ମାଛ ଓ ଟଙ୍କା ଲୁଟ୍‍, ଧରାପଡିଲେ ଦୁଇ

ଯୁବକଙ୍କ ବେକରେ କଟୁରୀ ଲଗାଇ ମାଛ ….

ଯୁବକଙ୍କ ବେକରେ କଟୁରୀ ଲଗାଇ ମାଛ ଓ ୯ ହଜାର ୫ଶହ ଟଙ୍କା ଲୁଟି ନେବା ଘଟଣାରେ ଲିଙ୍ଗରାଜ ଥାନା ପୁଲିସ ଦୁଇ ଲୁଟେରାଙ୍କୁ ଶୁକ୍ରବାର ଦିନ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲିଙ୍ଗରାଜ ଥାନା ନିକଟସ୍ଥ ପୁରୁଣା ଭୁବନେଶ୍ୱରର ଶୁଭମ ଦାସ(୧୮) ଓ ପୁରୀ ପିପିଲିର ସନ୍ତୋଷ ନାଥ(୧୮)। ଦୁହିଁଙ୍କଠାରୁ ପୁଲିସ ୧୧୮୦, ମୋବାଇଲ ଫୋନ୍‍ ଓ କଟୂରୀ ଜବତ କରିଛି । ଅଭିଯୋଗକାରୀ ଗଙ୍ଗାରାମ ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଅଭିଯୋଗକାରୀ ଗଙ୍ଗାରାମ ବେହେରା ୟୁନିଟ୍‍-୪ ବଜାରରୁ ମାଛ କିଣି ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ମାଉସି ମା’ ଛକ ନିକଟରେ ଏକ ଆଭେଞ୍ଜର ବାଇକରେ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ତାଙ୍କ ପାଖକୁ ଆସି ତାଙ୍କୁ ଠେଲି ଦେଇଥିଲେ । ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ। ସେମାନେ ତାଙ୍କ ବେକରେ କଟୁରୀ ଲଗାଇ ପାଖରେ ରଖିଥିବା ଟଙ୍କା ଦେଇଦେବା ଲାଗି ଧମକ ଦେଇଥିଲେ ଏବଂ ଯେ ଯଦି ସେ ସେମାନଙ୍କୁ ଟଙ୍କା ନଦିଅନ୍ତି ତେବେ ତାଙ୍କୁ ସେମାନେ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକାଇ ଥିଲେ । ପରେ ସେମାନେ ତାଙ୍କ ନିକଟରୁ ୯୫୦୦ ଟଙ୍କା ଏକ ମୋବାଇଲ୍‍ ଫୋନ୍‍ ଏବଂ ୧୫ କିଲୋ ଓଜନର ମାଛ ଥିବା ବ୍ୟାଗ ଜୋରଜବରଦସ୍ତି ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ବ୍ୟତୀତ ଯଦି ସେ ଏହି କଥା କାହାକୁ ପ୍ରକାଶ କରିବେ ତେବେ ସେମାନେ ତାଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଯାଇଥିଲେ। ଘରକୁ ଫେରି ସେ ତାଙ୍କ ପରିବାର ସଦସ୍ୟଙ୍କୁ ସବୁକଥା ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମୋଶ୍ୱର ପାର୍କ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ହେପାଜତରୁ ଗୋଟିଏ କଟୁରୀ, ଗୋଟିଏ ମୋବାଇଲ ଫୋନ, ୧୫ କେଜି ଓଜନର ମାଛ, ଗୋଟିଏ ମୋଟରସାଇକେଲ, ଏବଂ ୧୧୮୦ ଟଙ୍କା ଜବତ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟ ଅଭିଯୁକ୍ତ ଶୁଭମ ଦାସଙ୍କ ନାମରେ ଲିଙ୍ଗରାଜ ଥାନାରେ ୩ ଟି ମାମଲା ରହିଥିବା ଜଣାପଡିଛି।
ବୋମା ମାଡ ଘଟଣାରେ ପୁଣି ଜଣେ ଗିରଫ