ବିବାହ କରିବେ ରାହୁଲଙ୍କ ଭଣଜା ରେହାନ

କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ….

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରା ବିବାହ କରିବେ। ବାନ୍ଧବୀ ଅବିବା ବେଗଙ୍କ ସହିତ ରେହାନଙ୍କର ନିର୍ବନ୍ଧ ସରିଛି। ପରିବାର ଲୋକ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରେହାନ ୭ ବର୍ଷର ପ୍ରେମ ସମ୍ପର୍କକୁ ଗୋଟିଏ ପାଦ ଆଗେଇ ନେଇଛନ୍ତି। ଉଭୟ ପରିବାର ରାଜି ହେବାରୁ ଉଭୟଙ୍କ ନିର୍ବନ୍ଧ ହୋଇଛି। ରେହାନଙ୍କୁ ଏବେ ୨୫ ବର୍ଷ। ରେହାନ ଜଣେ ଇନଷ୍ଟାଲେସନ ଏବଂ ଭିଜୁଆଲ ଆଟିଷ୍ଟ। ରେହାନ ଡେରାଡୁନର ପ୍ରସିଦ୍ଧ ଡୁନ୍‌ ସ୍କୁଲରେ ପାଠ ପଢ଼ିଛନ୍ତି। ଅଧିକ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ। ଅବିବା ବେଗ୍‌ ଦିଲ୍ଲୀ ବାସିନ୍ଦା। ଭଦ୍ରା ପରିବାର ସହ ସମ୍ପର୍କ ନିବିଡ। ଅବିବା ଦିଲ୍ଲୀର ପ୍ରତିଷ୍ଠିତ ମଡର୍ଣ୍ଣ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ତା’ପରେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରୁ ମିଡିଆ ଯୋଗାଯୋଗ ଏବଂ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଥିଲେ। ସେ ଜଣେ ଭଲ ଫଟୋଗ୍ରାଫର ଏବଂ ପ୍ରଯୋଜକ।