ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ….

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁ ଗର୍ଗ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ୧୯୯୧ ବ୍ୟାଚ ଆଇଏଏସ୍‌ ଅଫିସର। ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କ ସ୍ଥାନ ପୂରଣ କରିଛନ୍ତି ଅନୁ ଗର୍ଗ। ଏହା ପୂର୍ବରୁ ଅନୁ ଗର୍ଗ ରାଜ୍ୟ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିଲେ।
୧୯୯୩ରେ ପ୍ରଥମେ ସେ ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ପରେ କଳାହାଣ୍ଡି ଜିଲ୍ଲାର ଉପ ଜିଲ୍ଲାପାଳ ଏବଂ ତା’ ପରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଇ ଥିଲେ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ରହି ସାରିଛନ୍ତି ଅନୁ। ଏହା ଛଡ଼ା ଦିଲ୍ଲୀରେ ଓଡ଼ିଶା ଡେପୁଟି ଆବାସିକ କମିଶନର ରହିଥିଲେ। ୨୦୦୦-୨୦୦୨ ଯାଏ ଓଉଊଝ ନିର୍ଦ୍ଦେଶକ ରହିଛନ୍ତି। ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ୨୦୦୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଛନ୍ତି। ସେହିପରି ମହିଳା ଓ ଶିଶୁ ବିକାଶ ସଚିବ ରହିଛନ୍ତି ଅନୁ ଗର୍ଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ରହିଛନ୍ତି। ଚଗଙ ରେ ଯୁଗ୍ମ ସଚିବ ଥିଲେ।