ହରଭଙ୍ଗା: ବୌଦ୍ଧଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭରୁ ଚାଷୀ ଅଶାନ୍ତି ଦେଖିବାକୁ ମିଳିଛି। ଧାନକ୍ରୟରେ ଅନିୟମିତତା ଅଭିଯୋଗ ଆଣି ରାସ୍ତାରୋକ କରିଛନ୍ତି ଚାଷୀଗଣ। ସୂଚନାନୁସାରେ, ହରଭଙ୍ଗା ବ୍ଲକ ବାଣିଭଷଣପୁର ପଂଚାୟତର କରଞ୍ଜକଟା ପ୍ୟାକ୍ସରେ ଧାନକ୍ରୟ ଶୁଭାରମ୍ଭ ହୋଇଥିଲା। ଜରି ଅଖାରେ ଧାନ କ୍ରୟକୁ ପ୍ୟାକ୍ସ ଅଧିକାରୀ ବାରଣ କରିଥିଲେ। ଯାହାକୁ ନେଇ ଧାନ ବିକ୍ରୟ ପାଇଁ ଆସିଥିବା ଚାଷୀ ଚାରିଛକ-ଛତ୍ରଙ୍ଗ ରାସ୍ତା ଉପରେ ଧାନବସ୍ତା ରଖି ରାସ୍ତାରୋକ କରିଥିଲେ। ଖବର ପାଇ ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳ ଏବଂ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଘଟଣାରେ ଚାଷୀମାନେ ଅଭିଯୋଗ ଆଣିଥିଲେ ଯେ, ଜରିବସ୍ତାରେ ଧାନ କ୍ରୟ କରା ନଯିବା ସମ୍ପର୍କରେ ଚାଷୀଙ୍କୁ ଆଗୁଆ ସୂଚନା ଦିଆଯାଇନି। ଏପରିକି ଚାଷୀମାନଙ୍କୁ ଧାନକ୍ରୟ ପାଇଁ ଗନି ବ୍ୟାଗ ମଧ୍ୟ ଦିଆଯାଇନି।