ଘୋଟିବ କୁହୁଡି: ବଣଭୋଜିକୁ ସାବଧାନ

ନୂଆବର୍ଷରେ ଆକାଶକୁ ଘୋଟିଯିବ ବହଳ ….

ଭୁବନେଶ୍ୱର: ଆସୁଛି ଭୟଙ୍କର କୁହୁଡି। ନୂଆବର୍ଷରେ ଆକାଶକୁ ଘୋଟିଯିବ ବହଳ କୁହୁଡି। ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ। ଉତର ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡି ଦିଶିପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।

ନୂଆ ବର୍ଷ ଦିନ(ଗୁରୁବାର) ସକାଳୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଓ ସୁନ୍ଦରଗଡରେ ଘନରୁ ଅତି ଘନ କୁହୁଡି ଦେଖା ଦେଇପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ରାୟଗଡା, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇପାରେ । କୁହୁଡିରେ ଗାଡି ଚଳାଇବାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆବର୍ଷରେ ରାତି ତାପମାତ୍ରା ବି ଖସିବ । ଫୁଲବାଣୀ ଓ ଝାରସୁଗୁଡାରେ ୭ ଡିଗ୍ରୀ, କୋରାପୁଟରେ ୮, ରାଉରକେଲାରେ ୯, ନବରଙ୍ଗପୁର ଓ ସୁନ୍ଦରଗଡରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ । ସୋମବାର ଫୁଲବାଣୀରେ ୬ ଡିଗ୍ରୀ, ଦାରିଙ୍ଗବାଡିରେ ୭, କୋରାପୁଟରେ ୭.୧, ରାଉରକେଲାରେ ୮.୫, ସୁନ୍ଦରଗଡରେ ୮.୮, ବୌଦ୍ଧରେ ୧୦, ସୋନପୁରରେ ୧୦.୩, ବଲାଙ୍ଗୀରରେ ୧୦.୮, ରାୟଗଡାରେ ୧୧.୪ ଡିଗ୍ରୀ ରେକର୍ଡ ହୋଇଥିଲା।
ପୁରୀ ପୌରପାଳିକାକୁ ମିଳିଲା ମହାନଗର ନିଗମ ମାନ୍ୟତା