ଭୋଟର ତାଲିକା ତ୍ରୁଟିକୁ ଧରିଲେ ସଞ୍ଜୟ: ମିଳିଲାନି ହଜାର ହଜାର ଭୋଟରଙ୍କ ନାମ
ବିଧାନସଭା ନିର୍ବାଚନରେ ନାମ ଥିଲା, ନିଗମ ନିର୍ବାଚନରେ …
ମୁମ୍ୱାଇ: ବିଧାନସଭା ନିର୍ବାଚନରେ ନାମ ଥିଲା, ନିଗମ ନିର୍ବାଚନରେ ନାମ ନାହିଁ। ୟେ କି ବିଚାର? ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ବୃହନ ମୁମ୍ୱାଇ ନଗର ନିଗମ (ବିଏମସି) ନିର୍ବାଚନର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ସେ ଭୋଟର ତାଲିକାରେ ବଡ଼ ଧରଣର ଅନିୟମିତତା, ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ) ରେ ଖରାପ ଓ ଆଚରଣ ସଂହିତାର ଉଲ୍ଲଂଘନ ପ୍ରତି ପ୍ରଶ୍ନ କରିଛନ୍ତି।
ସଞ୍ଜୟଙ୍କ ମତରେ ମୁମ୍ୱାଇରେ ଦେଖିବାକୁ ମିଳିଥିବା ଭୋଟିଂ ପ୍ୟାଟର୍ନ ଏକ ଗୁରୁତର ମାମଲା। ସେହି ଅଂଚଳରେ ଭୋଟର ତାଲିକାରୁ ହଜାର ହଜାର ଭୋଟରଙ୍କ ନାଁ ଗାଏବ ଥିଲା, ଯେଉଁଠି ଶିବସେନା (ୟୁବିଟି), ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଓ କଂଗ୍ରେସକୁ ପାରମ୍ପରିକ ରୂପେ ମଜବୁତ୍ ସମର୍ଥନ ମିଳିଥାଏ।
କହି ରଖୁଛୁ ଯେ- ବିଏମସି ନିର୍ବାଚନରେ ବିଜେପି ଗଠବନ୍ଧନର ବଡ଼ ବିଜୟ ହୋଇ ଥିଲା। ସେପଟେ, ତିନି ଦଶନ୍ଧି ପରେ ଦେଶର ସବୁଠୁ ଧନୀ ନଗର ନିଗମରୁ ଶିବସେନା ୟୁବିଟି ବାହାରି ଯାଇଛି।
ରାଉତ ଅଭିଯୋଗ କରିଛନ୍ତି – ହଜାର ହଜାର ଲୋକଙ୍କ ନାମ, ଯିଏକି ବିଧାନସଭା ନିର୍ବାଚନରେ ମଧ୍ୟ ଭୋଟ ଦେଇଥିଲେ, ଭୋଟର ତାଲିକାରୁ ଗାଏବ ଅଛନ୍ତି। ଏହା ବିଶେଷ ଭାବେ ସେହି ଅଂଚଳରେ ହେଉଛି , ଯେଉଁଠି ଶିବସେନା (ୟୁବିଟି), ଏମଏନଏସ କିମ୍ୱା କଂଗ୍ରେସର ଭୋଟ୍ ଅଧିକ ଅଛି। ରାଉତ ଏହା ମଧ୍ୟ ଦାବି କରିଛନ୍ତି ଯେ, ଅନେକ ପୋଲିଂ ବୁଥ୍ରେ ଇଭିଏମ୍ ଖରାପ ଥିଲା। ସେ କହିଛନ୍ତି, ଯେଉଁଠି ଏନସିପି ପାଇଁ ଭୋଟ୍ ବଟନ ଦବାଗଲା, ସେଠାରେ ବିଜେପି ଲାଇଟ୍ ଜଳିଲା। ଶିବସେନା (ୟୁବିଟି)ର ଜଳନ୍ତା ମଶାଲ ଚିହ୍ନ ଓ ଏମଏନଏସର ଇଞ୍ଜିନ ଚିହ୍ନ ସହ ମଧ୍ୟ ଏମିତି ହୋଇଛି। ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କୁ ବାରମ୍ୱାର ଅଭିଯୋଗ କରାଗଲା, କିନ୍ତୁ କୌଣସି ଶୁଣାଣି ହେଲା ନାହିଁ।
ବରିଷ୍ଠ ବିଜେପି ନେତା ଓ ମୁମ୍ୱାଇ ମ୍ୟୁନିସିପାଲ କମିଶନର ଭୂଷଣ ଗାଗରାନୀଙ୍କ ମିଟିଂରେ ପ୍ରଶ୍ନ ଉଠାଇ ରାଉତ୍ ମଡେଲ କୋଡ୍ ଅଫ୍ କଂଡକ୍ଟ ଉଲ୍ଲଂଘନର ଅଭିଯୋଗ କରିଛି। ସେ କହିଛନ୍ତି- କାଲି ସନ୍ଧ୍ୟା ସମୟ ପାଖାପାଖି ୬ଟାରେ , ସିନିୟର ବିଜେପି ନେତା ଓ ମୁମ୍ୱାଇ ମ୍ୟୁନିସପାଲ କମିଶନରଙ୍କ ମଧ୍ୟରେ ଏକ ମିଟିଂ ହୋଇଥିଲା । କାହିଁକି ? ଆଚରଣ ସଂହିତା ଏବେ ବି ଲାଗୁ ଅଛି। ଆପଣ କମିଶନରଙ୍କ ସହ ୧.୫ ଘଂଟା ବସିଲେ ଏବଂ କଣ ସ୍ଥିର କଲେ? ଆପଣ କଣ ଆଜିର ରେଜଲ୍ଟ ପୂର୍ବରୁ ସ୍ଥିର କରିନେଇଥିଲେ?
ରାଉତ ଏଗଜିଟ୍ ପୋଲ୍ ସମୟରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ, ଏହି ଦାବି କରି ଯେ, ତାଙ୍କୁ ଅଫିସିଆଲି ଭୋଟିଂ ପ୍ରତିଶତ ଘୋଷିତ ହେବା ପୂର୍ବରୁ ହିଁ ଜାରି କରାଯାଇଥିଲା। ସେ କହିଥିଲେ , ଭୋଟିଂ ପ୍ରତିଶତ ଆସିବା ପୂର୍ବରୁ ହିଁ ଏଗଜିଟ୍ ପୋଲ ଆସିଗଲା। ଏହା କଣ ? କିଛି ସ୍ଥାନରେ ଭୋଟିଂ ଏବେ ବି ଚାଲୁ ଥିଲା , କିନ୍ତୁ ବିଜେପି ସହ ଜଡ଼ିତ ଆଉଟଲେଟ୍ସ ସେଗୁଡ଼ିକୁ ଗୋଟି ଗୋଟି କରି ଜାରି କରିବା ଆରମ୍ଭ କରି ଦେଇଛି। ବିଜେପି ନେତାମାନେ ନିଜର ବିଜୟର ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛି। ଏହା କୌଣସି ପ୍ରକାରର ଗଣତନ୍ତ୍ର?
ଗୁରୁବାର ଏହା ପୂର୍ବରୁ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ୨୦୨୬କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ,ଯେଉଁଥିରେ ଭୋଟର ତାଲିକା, ଲିଭୁ ଥିବା ସ୍ୟାହି ଓ ପୁରୁଣା ଇଭିଏମ୍ ମେସିନ୍ ସହ ଜଡ଼ିତ ସମସ୍ୟା ଉଲ୍ଲେଖ କରିଥିଲେ।