ନୂଆଦିଲ୍ଲୀ: ବେଆଇନ ଘୋଷିତ ଚାଇନିଜ୍ ମାଞ୍ଜା କବଳରେ ପଡ଼ି ମୃତ୍ୟୁବରଣ କରୁଥିବା ମାମଲାକୁ ଏବେ ହତ୍ୟା ବିବେଚିତ କରାଯିବ। ଗୁରୁବାଦ ଦିନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି। ରାଜ୍ୟବ୍ୟାପୀ ଚଢାଉ କରି ଚାଇନିଜ ମାଞ୍ଜା ବ୍ୟବହାର କରୁଥିବା ଲୋକଙ୍କୁ ଧରିବାକୁ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ସ୍ତରରେ ଏହାର ସମୀକ୍ଷା କରାଯିବ କହିଛନ୍ତି। ଲକ୍ଷେ୍ନøରେ ଚାଇନିଜ୍ ମାଞ୍ଜା ସୂତାରେ ବ୍ୟକ୍ତିଙ୍କର ଗଳା କଟିବା ପରେ ଏହି ଚେତାବନୀ ଦିଆଯାଇଛି।
ଗତ ଛଅମାସ ମଧ୍ୟରେ, ରାଜ୍ୟବ୍ୟାପୀ ସମାନ ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି। ଉତର ପ୍ରଦେଶରେ ନିଷିଦ୍ଧ ଚାଇନିଜ୍ ମାଞ୍ଜା ସୂତା ଦ୍ୱାରା ମୃତ୍ୟୁ ଜାରି ରହିଥିବାବେଳେ ଅନେକ ଗୁରୁତର ହେଉଥିବା ମଧ୍ୟ ସୂଚନା ମିଳୁଛି। ସୂଚନା ମୁତାବକ, ବୁଧବାର ଦିନ ବାଇକ୍ ଚଲାଇ ଯାଉଥିବା ସମୟରେ ଚାଇନିଜ୍ ମାଞ୍ଜାରେ ଗଳା କଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା। ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମହମ୍ମଦ ସୋଏବ (୩୩) ବୋଲି ଜଣାପଡିଛି। ୨୦୨୬ ମସିହାରେ ମେରଠରେ ମାଞ୍ଜା ସୂତା ଲାଗି ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ୨୦୨୫ ମସିହା ଅକ୍ଟୋବର ମାସରେ ଶାହଜାହାନପୁରର ରବି ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ଜାନୁଆରୀ ୨୦୨୫ ମସିହାରେ ଡ୍ୟୁଟିରେ ଥିବା ଜଣେ କନଷ୍ଟେବଳ ଶାହରୁଖ ହାସନ ମଧ୍ୟ ଚାଇନିଜ୍ ମାଞ୍ଜା ସୂଚନା ଲାଗି ପ୍ରାଣ ହରାଇଥିଲେ। ସେପ୍ଟେମ୍ବର ୨୦୨୫ ମସିହାରେ ଆଲିଗଡ଼ରେ ସଲମାନ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଏହାର ବିକ୍ରୟ ଏବଂ ବ୍ୟବହାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି।