୧୮୨୪ ମସିହା ଫେବୃଆରୀ ୧୨ ତାରିଖ ଦିନ ଗୁଜରାଟରେ ଜନ୍ମିତ ଦୟାନନ୍ଦ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରି ବହୁ ଗଠନମୂଳକ କାର୍ଯ୍ୟ କରିଥିଲେ। ଠାକୁର ଠାକୁରାଣୀଙ୍କ ପ୍ରତିମା ପୂଜାକୁ ସେ ତୀବ୍ର ବିରୋଧ କରୁଥିଲେ। ବାୟୁ, ବୃକ୍ଷ, ଜଳ, ସୂର୍ଯ୍ୟ, ମାଟି ଭଳି ପ୍ରକୃତିକୁ ପୂଜାକୁ ସେ ଗ୍ରହଣ କରିଥିଲେ। ବାଲ୍ୟ ବିବାହକୁ ସେ ତୀବ୍ର ବିରୋଧ କରୁଥିଲେ। ସତୀ ପ୍ରଥାକୁ ତୀବ୍ର ବିରୋଧ କରୁଥିଲେ ଓ ବିଧବା ବିବାହକୁ ପ୍ରୋତ୍ସାହନ ଦେଉଥିଲେ। ନାରୀଶିକ୍ଷାକୁ ସେ ପ୍ରାଥମିକତା ଦେଇଥିଲେ। କେଶବଚନ୍ଦ୍ର ସେନଙ୍କ ସହିତ ମିଶି ତକ୍ରାଳୀନ ହିନ୍ଦୁ ସମାଜରୁ ବହୁ କୁସଂସ୍କାରକୁ ମୂଳପୋଚ୍ଛ କରିଥିଲେ। ତକ୍ରାଳୀନ ବ୍ରିଟିଶ ସରକାରଙ୍କ ସହଯୋଗରେ ସ୍ୱାମୀ ଦୟାନନ୍ଦ ହିନ୍ଦୁ ସମାଜକୁ ନୂତନ ଆଲୋକ ଆଡକୁ ନେଇ ଯାଇଥିଲେ। ସ୍ୱାମୀ ଦୟାନନ୍ଦ ଯଜ୍ଞ କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ କରୁଥିଲେ। ତାଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଏବେ ମଧ୍ୟ ଭାରତର ପ୍ରତି ରାଜ୍ୟରେ ପ୍ରତି ସହରରେ କାର୍ଯ୍ୟ କରୁଛି।