ବାଂଲା ନେତା ତାରିକଙ୍କୁ ସାବାସି ଦେଲେ ପାକ୍‌ ପ୍ରଧାନମନ୍ତ୍ରୀ

ବାଂଲାଦେଶ ସଂସଦୀୟ ନିର୍ବାଚନରେ ବାଂଲାଦେଶ ….

ନୂଆଦିଲ୍ଲୀ: ବାଂଲାଦେଶ ସଂସଦୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ବିପୁଳ ବିଜୟ ପରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନିର୍ବାଚନ ଫଳାଫଳ ଧାରା ସୂଚାଇଛି ଯେ ବିଏନପି ବହୁମତ ହାସଲ କରୁଛି, ଏବଂ ପରବର୍ତୀ ସରକାର ଗଠନ ସ୍ଥିତିରେ ରହିବ। ଶେହବାଜ ସରିଫ ଏକ୍ସରେ ଏକ ବିବୃତି ଜାରି କରି କହିଛନ୍ତି ଯେ ସେ ବାଂଲାଦେଶର ସଂସଦୀୟ ନିର୍ବାଚନରେ ବିଏନପିର ବିପୁଳ ବିଜୟ ପାଇଁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି। ସଫଳ ନିର୍ବାଚନ ପରିଚାଳନା ପାଇଁ ବାଂଲାଦେଶର ଲୋକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଢାକାର ନୂତନ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଐତିହାସିକ ଏବଂ ଭାଇଚାରାର ସମ୍ପର୍କ ଆହୁରି ମଜଭୁତ ହେବ ଏବଂ ସେମାନେ ଶାନ୍ତି, ସ୍ଥିରତା ଏବଂ ବିକାଶର ସମାନ ଲକ୍ଷ୍ୟ ହାସଲ ପାଇଁ ଏକାଠି କାମ କରିବେ।