ବିଧାନସଭାରେ ପରିସରରେ କାହ୍ନୁଚରଣ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ …

ଭୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କୁ ବିଧାନସଭାରେ ଶ୍ରଦ୍ଧାଞ୍ଜଳି। ଦିଆଗଲା ଗାର୍ଡ ଅଫ୍‌ ଅନର୍‌। ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ କଂଗ୍ରେସ ବିଧାୟକ ଦଳ ନେତା। କହି ରଖୁଛୁ କି, ଶୁକ୍ରବାର କାହ୍ନୁ ଲେଙ୍କାଙ୍କ ପରଲୋକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଶୋକବ୍ୟକ୍ତ କରିଛନ୍ତି। ସେ ୧୯୯୫-୨୦୦୦ ମସିହା ଯାଏଁ ସେ ଚୌଦ୍ୱାର ବିଧାୟକ ଥିଲେ। ୧୯୮୮ରୁ ୯୪ ଯାଏଁ ରାଜ୍ୟସଭା ସାଂସଦ ଥିଲେ। ପି.ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ।