ଭାରତ ସୀମାରେ ପୁଣି ପଶିଲା ଚୀନ୍

ନୂଆଦିଲ୍ଲୀ: ଗଲୱାନ୍ ଉପତ୍ୟକାରେ ଅନୁପ୍ରବେଶ ପରେ ପୁଣିଥରେ ଚୀନ ସେନା ପାଙ୍ଗୋଙ୍ଗ୍ ସୋ ହ୍ରଦ ଠାରେ ଭାରତ ସୀମାକୁ ପଶିବାକୁ ଉଦ୍ୟମ କରିଛନ୍ତି। ଏନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନର ସୈନିକ। ଅଗଷ୍ଟ ୨୯-୩୦ ରାତିରେ ଏହି ଘଟଣା ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

https://twitter.com/ANI/status/1300304502734483459?ref_src=twsrc%5Etfw

ସୂଚନା ମୁତାବକ, ପୂର୍ବ ଲଦାଖରେ ଜାରି ବିବାଦ ଭିତରେ ରବିବାର ରାତିରେ ଚୀନର ସୈନିକ ଗତ ଥର ହୋଇଥିବା ବୁଝାମଣାକୁ ଉଲଂଘନ କରି ଭାରତୀୟ ସୀମା ଭିତରେ ପଶିବାକୁ ଚେଷ୍ଟା କରିଥିଲେ। ଚୀନ୍ ସେନା ସ୍ଥିତି ପରିବର୍ତ୍ତନ କରିବା ସହ ଉତ୍ତେଜକ ସାମରିକ ଗତିବିଧି ଆରମ୍ଭ କରିଥିଲା, ଯାହାକୁ ଭାରତୀୟ ସେନାର ଯବାନମାନେ ବିରୋଧ କରିଥିଲେ। ପିଏଲଏ ସୈନିକଙ୍କ ପ୍ରୟାସକୁ ବିଫଳ କରି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଅନୁପ୍ରବେଶରୁ ନିବୃତ୍ତ କରିଥିଲେ ଭାରତୀୟ ସୈନିକ।

Tension continues on LAC between India and China - The Hindu

ସେନାର ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ ସେନା ଆଲୋଚନା ମାଧ୍ୟରେ ସୀମାରେ ଶାନ୍ତି ଜାରି ରଖିବାକୁ ଚାହେଁ, କିନ୍ତୁ ନିଜର କ୍ଷେତ୍ରର ଅଖଣ୍ଡତାର ରକ୍ଷା ପାଇଁ ସମାନ ଭାବରେ ଦୃଢ ସଂକଳ୍ପ। ସୂଚନାଯୋଗ୍ୟ, ଗଲଓ୍ବାନ୍ ଘାଟିରେ ୧୫-୧୬ ଜୁନ ରାତିରେ ଭାରତୀୟ ଓ ଚୀନ୍ ସୈନିକଙ୍କ ଭିତରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ। ଏଥିରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିବା ବେଳେ ଚୀନର ୪୩ ଜଣ ସୈନିକଙ୍କ ଜୀବନ ମଧ୍ୟ ଯାଇଥିଲ। ପରେ ସ୍ଥିତି ସୁଧାରିବା ନେଇ କୋର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା।

ଆଲୋଚନାରେ ଉଭୟ ଦେଶ ନିଜର ସୈନ୍ୟଙ୍କୁ ପଛକୁ ହଟାଇବା ନେଇ ନିଷ୍ପତ୍ତି ହୋଇଥିଲେହେଁ ଚୀନ୍ ଏଯାଏଁ ବିବାଦୀୟ ସ୍ଥାନରୁ ନିଜର ସୈନ୍ୟ ଅପସାରଣ କରିନାହିଁ। ଏପରିକି ସୀମା ନିକଟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଲଦାଖ ଠାରେ ୩୦ ହଜାର ଯବାନ, ପିନାକା ମିସାଇଲ୍, ଏୟାର ଡିଫେନ୍ସ ସିଷ୍ଟମ୍, ରାଡାର, ହେଲିକପ୍ଟର ଇତ୍ୟାଦି ତୟାର ରଖିଛି।