ଆଦର୍ଶ ଶିକ୍ଷକ ତଥା କବି କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

ଜଳେଶ୍ବର ବ୍ଲକ ସୀମାନ୍ତ ଅଞ୍ଚଳରେ ସେବାର ମୂର୍ତ୍ତୀମନ୍ତ ……

ଜଳେଶ୍ବର, – :ଜଳେଶ୍ବର ବ୍ଲକ ସୀମାନ୍ତ ଅଞ୍ଚଳରେ ସେବାର ମୂର୍ତ୍ତୀମନ୍ତ ପ୍ରତିକ ଆଦର୍ଶ ଶିକ୍ଷକ ଅନୁଷ୍ଠାନ ପ୍ରେମୀ କବି କାର୍ତ୍ତିକ ଚନ୍ଦ୍ର ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି।ରବିବାର ଅପରାହ୍ନରେ ନଛିମପୁର ପଞ୍ଚାୟତ, ନାଙ୍ଗୁଡୁସାହି ଗ୍ରାମ ସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଥିଲା।ପରେ ଆୟୋଜିତ ସଭାରେ ଅଧ୍ୟାପକ କିଣାରାମ ମହାପାତ୍ର ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଡକ୍ଟର କାଳିପଦ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ବାଞ୍ଛାନିଧି ମହାନ୍ତି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୀତାଂଶୁ ସେନାପତି, କବି ନରୋତ୍ତମ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ତାଙ୍କର ବହୁମୁଖି ପ୍ରତିଭା, ସେବା ମନୋଭାବ, ଅନୁଷ୍ଠାନ ପ୍ରୀତି, ସାରସ୍ବତ ସାଧନା, ଆଦର୍ଶ  ଶିକ୍ଷାଦାନ, ଶିକ୍ଷକ ନେତୃତ୍ୱ, ଧର୍ମ ପରାୟଣ, ସରଳ ଜୀବନ ଯାପନ ଓ ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଦିଲ୍ଲୀପ କୁମାର ଗିରି, ଶିକ୍ଷାବିତ୍ କପିଳେଶ୍ୱର ମହାନ୍ତି, କବି ରାଜାରାମ କରଶର୍ମା, ରବୀନ୍ଦ୍ର ବାରିକ୍, ଡକ୍ଟର ଅଜିତ କୁମାର ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଦାସ ଅଧିକାରୀ, କବି ବସନ୍ତ ଦାସ, କବି ରଞ୍ଜନ ଘୋଷ, କବି ନିକୁଞ୍ଜ ଘୋଷ, ଜ୍ୟୋତିଷ କର, ପ୍ରାକ୍ତନ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳ, ଜୀବନ ପରିଡ଼ା, ଅବନୀ ନାଗ, ଶିକ୍ଷକ ବସନ୍ତ ଜେନା, ଗିରିଧାରୀ ରାଜ, ଅବନ୍ତି ଜେନା, ହରେନ୍ଦ୍ର ପାତ୍ର, ସୁବଲ ପାତ୍ର, ଦୁର୍ଗା ଶଙ୍କର ଗିରି ପ୍ରମୁଖ ଉପସ୍ଥିତ ହୋଇ ଦିବଂଗତ ଆତ୍ମାର ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହି ଅବସରରେ “ଗୁରୁ ଗୌରବ କାର୍ତ୍ତିକ ଚନ୍ଦ୍ର ଦାସ” ସ୍ମରଣିକା ଉନ୍ମୋଚିତ ହୋଇଥିଲା।ସମାଜସେବୀ ସପନ ଜେନା ମଞ୍ଚ ଆହ୍ବାନ କରିଥିବା ବେଳେ ପୁତ୍ର ସପନ ଅତିଥି ସ୍ୱାଗତ ତପନ ଧନ୍ୟବାଦ ଅର୍ପଣ କରିଥିଲେ।