ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

ମାର୍ଚ୍ଚ ଆରମ୍ଭରୁ ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର …

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅନୁଭୂତ ହୋଇସାରିଛି। ଦିନର ତାପମାତ୍ରା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶା ସରକାର ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗ୍ରୀଷ୍ମ ପ୍ରବାହ ପରିଚାଳନା ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରିଛନ୍ତି। ଏହା ଭିତରେ ସକାଳୁଆ ସ୍କୁଲ ପାଇଁ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ। ଦିନ ୬ ଟା ରୁ ୧୦. ୩୦ଟା ଯାଏଁ କ୍ଲାସ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଗଣ ଶିକ୍ଷା ବିଭାଗ।