ଭୁବନେଶ୍ୱର: ରାଜ୍ୟର ଗ୍ରାମାଂଚଳ ଭିତିଭୂମିର ରୂପରେଖ ବଦଳାଇବା ଦିଗରେ ବଡ଼ ସଫଳତା ପାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ବିଭାଗୀୟ ମନ୍ତ୍ରୀ ରବି ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସଫଳତା, ବଜେଟ ଖର୍ଚ୍ଚ ଏବଂ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ତମାନ ସୁଦ୍ଧା ନିଜର ୮୯.୪୭ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି। ଚଗଏଝଣ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନୂତନ ଭାବେ ୧୭୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରରୁ ମଞ୍ଜୁରୀ ମିଳିଛି। ୫୨୫.୯୦ କିଲୋମିଟର ରାସ୍ତା ସହ ୨୭ଟି ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇଛି।
ଗଗଝଣ: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପ୍ରାୟ ୩୪୪୪.୪୧ କୋଟି ଟଙ୍କା ବ୍ୟୟରେ ୯୯.୭୯ ପ୍ରତିଶତ କାମ ଶେଷ ହୋଇଛି । ଏହା ଅଧୀନରେ ୬୩୫.୧୨ କିଲୋମିଟର ରାସ୍ତା ନିର୍ମାଣ ହୋଇଛି।
୨୦୨୫-୨୬ ଲକ୍ଷ୍ୟ: ଚଳିତ ଆର୍ଥିକ ବର୍ଷରେ ମୋଟ ୪୭୦୦ କିଲୋମିଟର ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି।
ନକ୍ସଲ ପ୍ରଭାବିତ ଅଂଚଳ ପ୍ରତି ଗୁରୁତ୍ୱ: ଦୁର୍ଗମ ତଥା ନକ୍ସଲ ପ୍ରଭାବିତ ଅଂଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ୧୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଠାରେ ୩୦୧୮.୭୯ କିଲୋମିଟର ରାସ୍ତା ସହ ୫୫ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି। ରାଜ୍ୟରେ ନଦୀ ଓ ନାଳ ଉପରେ ଯୋଗାଯୋଗକୁ ସହଜ କରିବା ପାଇଁ ବିଭାଗ ପକ୍ଷରୁ ‘ସେତୁବନ୍ଧ ଯୋଜନା’କୁ ବ୍ୟାପକ କରାଯାଉଛି। ଆଗାମୀ ଦିନରେ ୫ ହଜାର ସେତୁ ଏବଂ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣର ଲକ୍ଷ୍ୟ ରହିଛି। ବିଭାଗକୁ ମିଳିଥିବା ୫୦୦ ସେତୁ ନିର୍ମାଣ ଦାୟିତ୍ୱ ମଧ୍ୟରୁ ୨୯୪ଟି ବ୍ରିଜ୍ କାମ ସରିଛି ଏବଂ ୩୭୪ଟି ନୂଆ ବ୍ରିଜ୍ ପାଇଁ ଅନୁମୋଦନ ମିଳିଛି।
ଜିରୋ କନେକ୍ଟିଭିଟି ଲକ୍ଷ୍ୟ: ମନ୍ତ୍ରୀ କହିଛନ୍ତି ଯେ, ବିଭାଗର ମୋଟ ବଜେଟ ଅଟକଳ ୮୫୮୦.୨୪ କୋଟି ଟଙ୍କା ରହିଛି।
ରାଜ୍ୟର କୌଣସି ବି ଗାଁ ଯେପରି ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ନରହେ, ସେଥିପାଇଁ ‘ଜିରୋ କନେକ୍ଟିଭିଟି’କୁ ଆଗାମୀ ଦିନର ମୁଖ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି। ୫୨୧୧ କିଲୋମିଟର ରୋଡ୍ ସହ ୨୧୭୯ଟି ରାସ୍ତା ନିର୍ମାଣ ଶେଷ। ୨୯୪ଟି ସେତୁ କାମ ଶେଷ, ୩୭୪ଟି ନୂଆ ସେତୁକୁ ମଞ୍ଜୁରୀ।