ଖାଦ୍ୟ ତାଲିକାରେ ଏଗୁଡ଼ିକୁ ସାମିଲ କରନ୍ତୁ କର୍କଟ ପାଖ ମାଡ଼ିବନି

ଏମ୍‌ସ-ପ୍ରଶିକ୍ଷିତ ଡାକ୍ତର କର୍କଟ ପ୍ରତି ବିପଦ ହ୍ରାସ କରିବାରେ ସାହାଯ୍ୟ କରି ପାରୁଥିବା ଖାଦ୍ୟଗୁଡ଼ିକର ତାଲିକା ଦେଇଛନ୍ତି

କର୍କଟ ନାଁ ଶୁଣିଲେ ଆମ ମଧ୍ୟରୁ ଅନେକଙ୍କ ହାତଗୋଡ଼ ହେମାଳ ହୋଇଯାଏ। ଆଖି ବିସ୍ଫାରିତ ହୋଇଯାଏ। ଚିନ୍ତାରେ ପଡ଼ିଯାଉ। ଅବଶ୍ୟ ଆଜିକାଲି କର୍କଟ ଆଉ ଦୂରାରୋଗ୍ୟ ହୋଇ ରହିନି। ପାଖରେ ଟଙ୍କା ଥିଲେ, କର୍କଟର ଲକ୍ଷଣ ଧରା ପଡ଼ିଗଲେ। ଏହି ରୋଗରୁ ମୁକ୍ତ ହୋଇପାରିବେ। ଯଦ୍ୟପି ଆମକୁ ସୁରକ୍ଷା ଦେଇପାରୁଥିବା କୌଣସି ଯାଦୁକରୀ ଢାଲ ନାହିଁ, ମାତ୍ର ଜୀବନଶୈଳୀରେ ପରିବର୍ତନ ଆଣିପାରିଲେ, କର୍କଟ ଆପଣଙ୍କ ପାଖ ମାଡ଼ିବନି।
ଗୋଟିଏ ପ୍ରମୁଖ କ୍ଷେତ୍ର ହେଉଛି ଖାଦ୍ୟ – ଆମେ ଯାହା ଖାଉଛୁ ତାହା କର୍କଟ ରୋଗ କୋଷଗୁଡ଼ିକୁ ଇନ୍ଧନ ଦେଇପାରେ କିମ୍ବା ଲଢ଼ିପାରେ। ଡାକ୍ତର ସୌରଭ ସେଟ୍ଟୀ, ଯିଏକି ପେଟ ଡାକ୍ତର ଭାବରେ ପରିଚିତ, ଇଓଓଗଝ, ହାର୍ଭାର୍ଡ ଏବଂ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ତାଲିମପ୍ରାପ୍ତ ଜଣେ ଗ୍ୟାଷ୍ଟ୍ରୋ ଏଂଟେରୋଲୋଜିଷ୍ଟ, ଏପରି କିଛି ଖାଦ୍ୟ ସେବନ କରିବାକୁ ଉପଦେଶ ଦେଇଛନ୍ତି ଯାହା କର୍କଟ ରୋଗ ବିପଦକୁ କମ କରି ଦେଇପାରେ।

 

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ପୋଷ୍ଟରେ, ସେ ଲେଖିଛନ୍ତି, “କର୍କଟ ରୋଗର ହାର ବଢ଼ୁଛି – ବିଶେଷ କରି ଯୁବ ବୟସ୍କମାନଙ୍କ ମଧ୍ୟରେ। ଏଠାରେ ୫ଟି ଖାଦ୍ୟ ଅଛି ଯାହା କର୍କଟ ରୋଗର ଆଶଙ୍କା କମାଇବା ସହିତ ଜଡିତ, ମୁଁ ରୋଗୀମାନଙ୍କୁ ନିୟମିତ ଖାଇବାକୁ ଉତ୍ସାହିତ କରେ।’
୧. କନ୍ଦମୂଳ: କେହି କେହି ଏହାକୁ ମିଠା ଆଳୁ ସମ୍ବୋଧନ କରନ୍ତି। ଏହି ପରିବା କର୍କଟ ରୋଗ ପ୍ରତିରୋଧକ ଖାଦ୍ୟ ତାଲିକାଭୁକ୍ତ। ଏହାକୁ ସେବନ କଲେ। କର୍କଟ ଆପଣଙ୍କ ପାଖ ମାଡ଼ିବନି। ଏଥିରେ ରହିଥିବା ଗୁଣସାର ଆପଣଙ୍କୁ କର୍କଟ କବଳରୁ ମୁକ୍ତ ରଖିବାରେ ପୂର୍ଣ୍ଣକ୍ଷମ। ଏଥିରେ ପ୍ରଚୁର ପରିମାଣର ଆନ୍‌ଥୋସାୟାନିନ୍‌, ପ୍ରଦାହ ହ୍ରାସ ଏବଂ କୋଷୀୟ କ୍ଷତି ସହିତ ଜଡିତ ଆଂଟି ଅକ୍ସିଡାଂଟର ଅସାଧାରଣ ସାନ୍ଦ୍ରତା। ଗବେଷଣା ରିପୋର୍ଟରୁ ଜଣାପଡେ଼ କନ୍ଦମୂଳରେ ରହିଥିବା କୋଲନ୍‌ ଗୁଣସାରଟି ଆପଣଙ୍କ ଶରୀର ପାଇଁ କବଚ ପ୍ରାୟ। ଏହି ଗୁଣସାରଟି ଆପଣଙ୍କ ଶରୀରରେ ଥିବା ପର୍ଯ୍ୟନ୍ତ କର୍କଟ୍‌ ଆପଣଙ୍କ ଶରୀରକୁ କବ୍‌ଜା କରି ପାରିବନି।

୨. ବନ୍ଧାକୋବି ଓ ବିଭିନ୍ନ ପ୍ରକାରର ଶାଗ: ବନ୍ଧାକୋବି ଅବା ପାଳଙ୍ଗ, କୋଶଳା, ମୁନ୍ଥା, ଲେଉଟିଆ, ସଜନା ଶାଗ କର୍କଟର ନିଦାନ ଭଳି କାମ କରେ। ଏଗୁଡ଼ିକୁ ଆପଣମାନେ ସୁପରଫୁଡ୍‌ କହିପାରନ୍ତି। ଡକ୍ଟର ସୌରଭ ସେଠିଙ୍କ ମତରେ ‘ଏଗୁଡ଼ିକରେ ସଲଫୋରାଫେନ୍‌ – ଏକ ଯୌଗିକ ଯାହା ଡିଟକ୍ସ ଏବଂ ଆଂଟି ଅକ୍ସିଡାଂଟ୍‌ ପଥକୁ ସକ୍ରିୟ କରେ।
ପାକଳ ବ୍ରୋକୋଲି ତୁଳନାରେ ବ୍ରୋକୋଲି ପତ୍ରରେ ୨୦-୧୦୦ ଗୁଣ ଅଧିକ ପୂର୍ବକ ଥାଏ।’

୩. କିୱି: କିୱିରେ ଭିଟାମିନ୍‌ ସି, ଫାଇବର ଏବଂ ପଲିଫେନୋଲ୍‌ ଅଧିକ ଥାଏ। ଏଗୁଡ଼ିକ ବହୁବିଧ ସୁରକ୍ଷା ପାଇଁ ଜଣାଶୁଣା: ଏଗୁଡ଼ିକ କେବଳ ପ୍ରାରମ୍ଭିକ କୋଷୀୟ କ୍ଷତିକୁ ରୋକିବାରେ ସାହାଯ୍ୟ କରନ୍ତି ନାହିଁ ବରଂ ବିଦ୍ୟମାନ ଊଘଇ ମରାମତି କରିବା ପାଇଁ ଶରୀରର କ୍ଷମତାକୁ ସକ୍ରିୟ କରନ୍ତି। କିୱି “ପାଚନ ଏବଂ ଅନ୍ତନଳୀ ନିୟମିତତା’କୁ ମଧ୍ୟ ମଜଭୁତ କରିଥାଏ।

୪. ସବୁଜ ଚା: ଗ୍ରୀନ୍‌ ଚାରେ ଏପିଗାଲୋକାଟେଚିନ୍‌-୩-ଗାଲେଟ୍‌ ନାମକ ଏକ ଶକ୍ତିଶାଳୀ ଆଂଟି ଅକ୍ସିଡାଂଟ୍‌ ଥାଏ, ଯାହା ଟ୍ୟୁମର-ଦମନକାରୀ ଉପାଦାନକୁ ଶକ୍ତିଶାଳୀ କରିଦିଏ। ପ୍ରତିଦିନ ଗ୍ରୀନ୍‌ ଟି ପିଉଥିବା ଲୋକଙ୍କୁ କର୍କଟ୍‌ ସଂକ୍ରମଣର ଭୟ ରହେନା।

୫. ବିନ୍ସ: ବିନ୍ସର ଅନନ୍ୟ ସ୍ଥିତି ଏକ ପ୍ରୋଟିନ୍‌ ଉତ୍ସ ଏବଂ ଏକ ଉଚ୍ଚ-ଫାଇବର ପନିପରିବା ଉଭୟ ଭାବରେ ସୁରକ୍ଷାର ଅନେକ ସ୍ତର ପ୍ରଦାନ କରେ। ଅଧ କପ୍‌ ବିନ୍ସରେ ୭-୮ ଗ୍ରାମ ଫାଇବର ଥାଏ। ଅଧିକାଂଶ ବୟସ୍କଙ୍କୁ ପ୍ରତିଦିନ ୨୫-୩୮ ଗ୍ରାମ ଫାଇବର ଆବଶ୍ୟକ ହୁଏ କିନ୍ତୁ ସେମାନେ କମ ଥାଆନ୍ତି। ଡାକ୍ତରଙ୍କ ମତରେ “ଅଧିକ ଫାଇବର ଗ୍ରହଣ କୋଲୋରେକ୍ଟଲ୍‌ କର୍କଟ ବିପଦ କମ କରିବା ସହିତ ଜଡିତ। ଆପଣଙ୍କର ମାଇକ୍ରୋବାଇଓମକୁ ଖାଦ୍ୟ ଦିଅନ୍ତୁ। ଆପଣଙ୍କର କୋଲନକୁ ସୁରକ୍ଷା ଦିଅନ୍ତୁ।’ “କର୍କଟ ରୋଗ ନିବାରଣ ଏକ ସୁପରଫୁଡ୍‌ ନୁହେଁ। ନିୟମିତ ଖାଦ୍ୟପେୟରେ ସାମାନ୍ୟ ସବୁଜ ଶାଗ ସାମିଲ କରନ୍ତୁ; ଶରୀରକୁ କର୍କଟ ଦାଉରୁ ରକ୍ଷା କରନ୍ତୁ।