ଡେଟିଂ ଆପ୍‌ ମାୟାରେ ମହିଳା

ଭାରତରେ ଏବେ ଏକ୍ସଟ୍ରା ମାରିଟାଲ୍‌ ଆଫେୟାର୍ସ …

ଭାରତରେ ଏବେ ଏକ୍ସଟ୍ରା ମାରିଟାଲ୍‌ ଆଫେୟାର୍ସ ମାମଲା କ୍ରମଶଃ ବଢିବାରେ ଲାଗିଛି। ଏହା ସହିତ ମହିଳା ୟୁଜର୍ସଙ୍କ ସଂଖ୍ୟା ବଢିଚାଲିଛି। ଭାରତରେ ବିବାହକୁ ସାତଜନ୍ମର ବନ୍ଧନ ମାନ୍ୟତା ଦିଆଯାଇଛି। କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ କାହାଣୀ କିଛି ଅଲଗା। ବଢୁଥିବା ଏକ୍ସଟ୍ରା ମାରିଟାଲ୍‌ ଡେଟିଂ ଆପ୍‌କୁ ଦେଖି ଜଣାପଡୁଛି, ପାରମ୍ପରିକ ସମ୍ପର୍କରେ କେତେ ପରିବର୍ତନ ଆସିଛି। ନିକଟରେ ଏକ୍ସଟ୍ରା ମାରିଟାଲ୍‌ ଡେଟିଂ ପ୍ଲାଟଫର୍ମ ଗ୍ଲିଡନ୍‌ର ୟୁଜର୍ସଙ୍କ ସଂଖ୍ୟା ଭାରତରେ ୪୦ ଲକ୍ଷ ପାର୍‌ କରିଛି, ଯାହା ଏବେ ୬୫ ପ୍ରତିଶତର ନିକଟତର। ଏଥିରେ ମହିଳା ୟୁଜର୍ସଙ୍କ ସଂଖ୍ୟା ୩୫ ପ୍ରତିଶତ ରହିଛି। କିନ୍ତୁ ଗତ ଦୁଇ ବର୍ଷ ଭିତରେ ମହିଳା ୟୁଜର୍ସଙ୍କ ସଂଖ୍ୟା ଦୁଇଗୁଣାରୁ ଅଧିକ ବଢିଛି। ଏହି ସଖ୍ୟା ଜଣାଉଛି ଯେ ଏବେ ମହିଳାମାନେ ନିଜ ଖୁସିକୁ ନେଇ ବୋଲ୍ଡ ନିଷ୍ପତି ନେବାରେ ଭୟ କରୁନାହାନ୍ତି। ମେଟ୍ରୋ ସହରମାନଙ୍କରେ ମହିଳାମାନେ ନିଜ ଜୀବନସାଥୀଙ୍କ ସହ ସ୍ଥିରତା ଚାହାନ୍ତି କିନ୍ତୁ ରୋମାନ୍ସ ପାଇଁ ବାହାରେ ସାଥୀ ରଖିବାକୁ ଭୟ କରୁନାହାନ୍ତି।

କାହିଁକି ବଢୁଛି ଦୂରତା? କର୍ପୋରେଟ୍‌ ଦୁନିଆର ବ୍ୟସ୍ତତା ସାଙ୍ଗକୁ ପାରିବାରିକ ଦାୟିତ୍ୱବୋଧ ବଢିଯାଉଛି। ଫଳରେ ଜୀବନସାଥୀଙ୍କ ସହିତ ଭାବନାତ୍ମକ ସଂଯୋଗରେ ଅଭାବ ଦେଖାଦେଉଛି। ଭାବନାତ୍ମକ ଅଭାବ ଯୋଗ ବୋର୍‌ ନ ହେବା ପାଇଁ ଡିଜିଟାଲ୍‌ ଦୁନିଆ ସହ ଅଧିକ ରାତି ଯାଏ ସମୟ ବିତାଉଛନ୍ତି ମହିଳା। ଫଳରେ ଅନ୍ୟ ସହ ରୋମାନ୍ସ ମୁହାଁ ହେବାରେ ଲାଗିଛନ୍ତି ମହିଳା।

ଶିଖରରେ ରହିଛି କେଉଁ ସହର? ଦେଶରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍‌ ଶିଖରରେ ରହିଛି। ଏହି ଆପ୍‌ ସବୁଠାରୁ ଅଧିକ ଦିନର ୧୨ରୁ ୩ଟା ଯାଏ ଓ ରାତିରେ ୧୦ରୁ ୧୨ ଯାଏ ଚଳଚଂଚଳ ରହୁଛି।