ବ୍ରଜରାଜନଗର: ଅପରେସନ୍ ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ପୁଲିସ ଏକ ସଂଗଠିତ ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ସିଣ୍ଡିକେଟକୁ ସଫଳତାର ସହ ଧରିଛି। ଗିରଫ ଅଭିଯୁକ୍ତ ହେଲେ ବନହରପାଲି ଥାନା ଅନ୍ତର୍ଗତ କରପା ବାହାଲ ଇନ୍ଦ୍ର ଆବାସ କଲୋନିର ମହମ୍ମଦ କମାଲ ଓରଫ କମାଲଉଦ୍ଦିନ (୩୨), ବନ୍ଧବାହାଲ ଅଂଚଳର ସୁରେଶ ସିଂ (୩୦), ମଧ୍ୟପ୍ରଦେଶ ସିଂହରୋଲିର ନରେନ୍ଦ୍ର ପ୍ରସାଦ ବୈସ (୨୨)। ପୁଲିସ ୨୧ କିଲୋଗ୍ରାମ ୦୯୪ ଗ୍ରାମ ଗଞ୍ଜେଇ, ଗୋଟିଏ ପିସ୍ତଲ, ୫ଟି ଜୀବନ୍ତ ଗୁଳି, ୪,୮୭,୯୯୦ ନଗଦ ଟଙ୍କା, ୨ଟି ବାଇକ, ୩ଟି ମୋବାଇଲ ଜବତ କରିଛି।