କୁଲରରୁ ଦୁର୍ଗନ୍ଧ ଆସୁଛି; ଟାଙ୍କିରେ ପକାଇ ଦିଅନ୍ତୁ ଏହି ଜିନିଷ…

ଗରମ ଦିନେ କୁଲର ଡିମାଣ୍ଡ୍‌ ବେଶି ….

ଗରମ ଦିନେ କୁଲର ଡିମାଣ୍ଡ୍‌ ବେଶି। ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ଦିଏ କୁଲରର ଥଣ୍ଡା ପବନ। କୁଲରରେ ବ୍ୟବହୃତ ପାଣିରୁ ଦୁର୍ଗନ୍ଧ ବାହାରେ। ରୋଗ ସୃଷ୍ଟି କରେ। ମଶା, ମାଛି ବଂଶ ମଧ୍ୟ ବୃଦ୍ଧି ହୁଏ। ଏହାକୁ ସଫା କରିବା ଖୁବ୍‌ ଝିନଝଟ୍‌ ହୋଇଥିବାରୁ ଲୋକମାନେ ବହୁ ଦିନ ଯାଏଁ ଏହାକୁ ପରିଷ୍କାର କରନ୍ତି ନାହିଁ। ହେଲେ ଏକ ଛୋଟ ଉପାୟରେ କୁଲରକୁ ବହୁ ଦିନ ଯାଏ ପରିଷ୍କାର ରଖିହେବ।
ଅଧିକ ଦିନ ଯାଏ କୁଲରକୁ ପରିଷ୍କାର ରଖିବା ପାଇଁ ଏଥିରେ ଫିଟିକିରି ଦାନା ପକାଇ ଦିଅନ୍ତୁ। କୁଲର ଟାଙ୍କିରେ ଫିଟିକିରି ପକାଇଲେ ଏହା ମଇଳାକୁ ତଳେ ବସାଇ ଦିଏ। ଏହାଦ୍ୱାରା ଦୀର୍ଘ ଦିନ ଯାଏ କୁଲର ଫ୍ରେସ୍‌ ପବନ ଦିଏ ଏବଂ ବାରମ୍ୱାର ସଫା କରିବାର ଝିନଝଟରୁ ମୁକ୍ତି ମିଳେ।
ଫିଟିକିରି ପକାଇବାର ଫାଇଦା
୧- କୁଲର ଟାଙ୍କିରେ ଫିଟିକିରି ପକାଇବା ଦ୍ୱାରା ଏହା ମଶାମାଛିଙ୍କ ବଂଶ ବୃଦ୍ଧି ରୋକେ।
୨-କୁଲରରୁ ଆସୁଥିବା ଅଜବ ଦୁର୍ଗନ୍ଧ ଦୂର ହୁଏ।
୩-ଏଥିରେ ଆଂଟି ସେପ୍ଟିକ୍‌ ଗୁଣ ଥିବାରୁ ବ୍ୟାକ୍ଟେରିଆ କଂଟ୍ରୋଲ କରେ।
୪-କୁଲରକୁ ଥଣ୍ଡା ରଖିବାରେ ସହାୟକ ହୁଏ। ଏହାଦ୍ୱାରା କୁଲରର ପ୍ୟାଡସ୍‌ ମଧ୍ୟ ଅଧିକ ସମୟ ଯାଏଁ ଥଣ୍ଡା ଓ ସ୍ୱଚ୍ଛ ରୁହେ।