ଭୁବନେଶ୍ୱର: ଭୁବନେଶ୍ୱରର ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ। ଦୁଇ ଛାତ୍ର ଗୋଷ୍ଠୀରେ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଖବର ପାଇ ବଡଗଡ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କମେଂଟ୍ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କମେଂଟ୍ ମରାକୁ ନେଇ ଉତେଜନା ଦେଖିବାକୁ ମିଳିଛି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଥିଲେ। ସଂଘର୍ଷରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଭର୍ତି କରାଯାଇଛି।