ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
ମୋଟ୍ ପାସ୍ ହାର ୮୫.୮୫ ପ୍ରତିଶତ
ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ …
ପାସ୍ ହାର
ବିଜ୍ଞାନ- ୮୮.୮୨ ପ୍ରତିଶତ
କଳା- ୮୪.୫୦ ପ୍ରତିଶତ
ବାଣିଜ୍ୟ- ୮୮.୦୭ ପ୍ରତିଶତ
ଧନ୍ଦାମୂଳକ- ୭୭.୬୨ ପ୍ରତିଶତ
ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଦିନ ସାଢ଼େ ୧୨ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି । ସେହିପରି ବିଜ୍ଞାନରେ ପାସ୍ ହାର ୮୮.୮୨ ପ୍ରତିଶତ, କଳାରେ ୮୪.୫୦ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୮.୦୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୭୭.୬୨ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in ୱେବସାଇଟରେ ଜାଣିପାରିବେ ।