ପାଟଣା ରେ ରଜପର୍ବ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ବିଭିନ୍ୟ ସ୍ଥାନରେ,ରଜ ପାଇଁ ଉତ୍ସବ ମୁଖର ହୋଇଛି | ପାଟଣା ବ୍ଲକ ବନପାଳ ଙ୍କ କାର୍ଯ୍ୟାଳୟ ନିକଟରେ ବଡ ଧୂମଧାମ ରେ ରଜ ମଉତ୍ସବ ତା- 14.6.2026 ରିଖ ଠାରୁ ଦୋଳି, ବାଗୁଡୁ, ହେଣ୍ଡା ପୁଚି, ଝୁଟି ବିଭିନ୍ୟ ପ୍ରକାରର ଖେଳରେ ଆସର ଜମିଛି | ଏହା ସହିତ ପିଠା, ଚକୁଳି, ଆରିସା ବିଭିନ୍ୟ ସୁସ୍ୱାଦୁ ଖାଦ୍ୟ ସହିତ ନୂଆ ବସ୍ତ୍ର ପରିଧାନ ରଜ ପର୍ବ କୁ ଉତ୍ସବ ମୁଖର କରିଛି | ସତେ ଯେମିତି ଆଧୁନିକ ତାର ସଜବାଜ କୁ ପଛରେ ପକାଇ ପୁରାତନ କଳା, ସଂସ୍କୃତି, ପରମ୍ପରା କୁ ଆପଣେଇ ନେଇଛି ଆଉ ଯେମିତି ଭାଇ ଚାରା କୁ ସୁଦୃଢ କରିଛି ଏଇ ରଜ ପର୍ବ |ସତେ ଜେମିତି ଚାହିଁ ରହିଥାଏ ବାସୁକୀମାତା ଏଇ ରଜ ପର୍ବ କୁ |