ଭଞ୍ଜନଗର: ଗତ କିଛିଦିନ ହେଲା ଭଂଜନଗର, ବୁଗୁଡା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ଇତ୍ୟାଦି ଅଞ୍ଚଳରେ ବାରମ୍ବାର ଚୋରି ହେବାର ଖବର ଆସିଥିଲା ଓ ଗଂଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ଓ ଅନ୍ୟାନ୍ୟ ଥାନାର ପୋଲିସ ଅଧିକାରୀ ମାନେ ତଦନ୍ତ ସହ ସର୍ଚ୍ଚ ଅପେରେସନ ଜାରି ରଖିଥିଲେ।ଭଞ୍ଜନଗର ଥାନା ଅଧିକରୀ ଜୀବନାନନ୍ଦ ଜେନା ଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା ।ସୂଚନାଯୋଗ୍ୟ ଯେ ପୋଲିସ ଅଧିକାରୀ ମାନେ ବିଭିନ୍ନ ଥାନାରେ ଚୋରି ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ଓ ସର୍ଚ୍ଚ ଅପେରସନ ସମୟରେ ଚାରୀ ଜଣ କୁଖ୍ୟାତ ଚୋର ଙ୍କୁ ଧରି ଥିଲା।ସେମାନଙ୍କ ଠାରୁ ବହୁ ପରିମାଣର ସୁନା ରୁପା ଅଳଙ୍କାର ସବୁକୁ ଜବତ କରିଛି।ସିନ୍ଧି ଚୋର ମାନଙ୍କ ଠାରୁ ୬୬.୭୦ ଗ୍ରାମ ସୁନା ଓ ୨.୮୮୦ କିଲୋ ର ରୁପା ଅଳଙ୍କାର ଜବତ କରିଛି। ଆଜି ଏକ ପ୍ରେସ ବିବୃତି ରେ ଭଞ୍ଜନଗର ଏସଡିପିଓ ଦୀପକ ମିଶ୍ର ସୂଚନା ଦେବା ସହ ଏଥିରେ ସଂପୃକ୍ତ ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।ଏହି ଚୋର ମାନେ ଅନେକ ସମୟରେ ଘର କବାଟ ଭାଙ୍ଗି ଘରେ ପଶି ଚୋରି କରୁଥିଲେ। ଅଭିଯୁକ୍ତ ଚୋର ମାନେ ଏ.ପୁତୁ ରାଜୁ,ଜିତୁ ନାହାକ,ଏମ. ମୁନା ଓ ଏ.ନାଗାର୍ଜୁନ।ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ