ନେତାମାନଙ୍କ ଟ୍ରାକ୍ଟରରେ ବିପଦ ଜନକ ନାଳ ପାର

ତେଲକୋଇ : ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ।ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରିନାରାୟଣ ପାତ୍ର, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଭଣ୍ଡାରୀପୋଖରି ବିଧାୟକ ସଞ୍ଜୀବ ମଲ୍ଲିକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ,ସୋର ବିଧାୟକ ମାଧବ ଧଡା ପ୍ରମୁଖ ସାମିଲ ହୋଇ ମୃତ ୧୪ ଜୁଆଙ୍ଗ ଯୁବତୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।

ତେବେ ନେତାମାନଙ୍କ ଟ୍ରାକ୍ଟରରେ ବିପଦ ଜନକ ନାଳ ପାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୟସ ଅଧିକ ପାଇଁ ବଦ୍ରି ପାତ୍ର ନାଳ ଏପଟେ ରହିଥିବାବେଳେ ଅନ୍ୟ ସମସ୍ତ ନେତା ଏବଂ କର୍ମୀ ଟ୍ରାକ୍ଟରରେ ଗ୍ରାମକୁ ଯାଉଥିଲେ,, କେନ୍ଦୁଝର ରୁ ଅଞ୍ଜନ କୁମାର ରଣା