ପ୍ରୀତି ଜିଣ୍ଟାଙ୍କ ସହ ଡେଟିଂ ଗୁଜବ; ବ୍ରେଟ୍ ଲି, ଆମେ କେବଳ ଭଲ ବନ୍ଧୁ

ଆଇପିଏଲ୍ ସମୟରୁ ଚର୍ଚ୍ଚାରେ ଥିଲା ବ୍ରେଟ୍ ଲି ଓ ପ୍ରୀତି ଜିଣ୍ଟାଙ୍କ ସମ୍ପର୍କ। ପ୍ରୀତି ଜିଣ୍ଟାଙ୍କ ସହ ଡେଟିଂ ରୁମର୍ସକୁ ନେଇ ବ୍ରେଟ୍ ଲି କରିଛନ୍ତି ଯେ, ଦୁହିଁଙ୍କ ମଧ୍ୟରେ କେବଳ ଭଲ ବନ୍ଧୁତା ଥିଲା, ଏହାଠାରୁ ଅଧିକ କିଛି ନୁହେଁବୋଲି। ବ୍ରେଟ୍ ଲି ଯେତେବେଳେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ଖେଳୁଥିଲେ, ସେହି ସମୟରେ ଟିମ ସହ-ମାଲିକ ଥିଲେ ପ୍ରୀତି ଜିଣ୍ଟା ।

ଗଣମାଧ୍ୟମରେ ଡେଟିଂ ନେଇ ଚର୍ଚ୍ଚା ଥିଲା, ଯାହାକୁ ବ୍ରେଟ୍ ଲି ସବୁ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରୀତି ଜିଣ୍ଟା ଜଣେ ଭଲ ବନ୍ଧୁ ଏବଂ ଜଣେ ବୁଦ୍ଧିମାନ ମହିଳା । ଦୁହିଁଙ୍କ ମଧ୍ୟରେ କେବଳ ସମ୍ମାନ ଓ ବନ୍ଧୁତାର ସମ୍ପର୍କ ରହିଛି ।

ବ୍ରେଟ୍ ଲି ନିଜ କ୍ରିକେଟ୍ କ୍ୟାରିୟର ସହ ଭାରତ ସହ ଥିବା ତାଙ୍କର ସମ୍ପର୍କକୁ ମଧ୍ୟ ମନେ ପକାଇଛନ୍ତି । ମୁମ୍ବାଇ ତାଙ୍କ ପାଇଁ ଦ୍ୱିତୀୟ ଘର ଭଳି ବୋଲି ସେ କହିଛନ୍ତି । ପ୍ରୀତି ଜିଣ୍ଟା ମଧ୍ୟ ଅତୀତରେ ଏଭଳି ଅନେକ ଗୁଜବକୁ ନେଇ ନିଜ ମତ ରଖିଛନ୍ତି ।