ବିଶ୍ବ ପାରା ତୀରନ୍ଦାଜି: ୧୫ ପଦକ ସହ ଭାରତ ଦ୍ବିତୀୟ

ବିଶ୍ୱତୀରନ୍ଦାଜି ପାରା ସିରିଜ୍‌ ଷ୍ଟେଜ୍‌-୩ରେ ଆୟୋଜକ ଭାରତ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୮ କାଂସ୍ୟ ସହ ମୋଟ ୧୫ ପଦକ ଜିତି ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଛି। ଚେକ୍‌ ଗଣରାଜ୍ୟ ୫ ସ୍ବର୍ଣ୍ଣ ସହ ପଦକ ତାଲିକାରେ ଶୀର୍ଷରେ ରହିଥିଲା ବେଳେ ଚୀନ୍‌ ୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ କାଂସ୍ୟ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ଦିନରେ ପାରାଲିମ୍ପିକ୍‌ ବିଜେତା ହରବିନ୍ଦର ସିଂହ ଓ ବିଜୟ ସୁନ୍ଦି ରିକର୍ଭ ପୁରୁଷ ଯୁଗଳରେ ସ୍ବର୍ଣ୍ଣ ଜିତିଥିଲେ।

ଏହା ପୂର୍ବରୁ ଭାବନାଙ୍କ ସହ ମିଶ୍ରିତ ଯୁଗଳରେ ହରବିନ୍ଦର ସ୍ବର୍ଣ୍ଣ ଜିତିଥିଲେ। ପୁରୁଷ ଯୁଗଳ କମ୍ପାଉଣ୍ଡରେ ଶ୍ୟାମସୁନ୍ଦର ସ୍ବାମୀ ଓ ତୋମାନ କୁମାର ଭାରତକୁ ତୃତୀୟ ସ୍ବର୍ଣ୍ଣ ଭେଟି ଦେଇଥିଲେ। ଏହାପୂର୍ବରୁ ବିଶ୍ବ ବିଜୟିନୀ ତଥା ପ୍ୟାରିସ୍‌ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ଶୀତଲ ଦେବୀ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ମୁକୁଟ କରାୟତ୍ତ କରିଥିଲେ।