ମୋରଡ଼ା ତାରିଣୀ ମନ୍ଦିରର ଦାନହୁଣ୍ଡି ଚୋରି : ପୋଲିସ ଏବଂ ସନ୍ଧାନୀ କୁକୁର ଚୋର ଧରିବାରେ ବିଫଳ
ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ ଅସହାୟ ପୋଲିସ
ବାରିପଦା,(ସାକ୍ସୀ ନ୍ୟୁଜ୍): ମୋରଡା ଥାନା ଅଞ୍ଚଳରେ ଦିନକୁଦିନ ଲୁଟେରା ଏବଂ ଚୋରଙ୍କ ପ୍ରାଦୂରଭାବ ବଢିବାରେ ଲାଗିଥିବା ଦେଖିବାକୁ ମିଳୁଛି। ଏମିତିକି ଏହି ଥାନା ଅଞ୍ଚଳରେ ଲଗାତାର ଚୋରି ବଢିବା ସହିତ ବିଭିନ୍ନ ସମୟରେ ରାସ୍ତାରେ ଲୁଟ କରୁଛନ୍ତି ଲୁଟେରା। ହେଲେ ମୋରଡ଼ା ଥାନା ପୋଲିସ ହାତ ଖାଲି। ମାତ୍ର ଗୋଟେ ଘଟଣାରେ ମୋରଡ଼ା ଥାନା ଅଧିକାରୀ ସୁମିତ ସୋରେନଙ୍କ ସକ୍ରିୟତା ଯୋଗୁଁ ଲୁଟ ସାମଗ୍ରୀ ଉଦ୍ଧାର ସାଙ୍ଗକୁ ଲୁଟେରାକୁ ଧରିବାରେ ସଫଳତା ମିଳିଥିବା ଜଣାପଡ଼ିଛି। ମାତ୍ର ଆହୁରି ଅନେକ ଘଟଣାରେ ସମ୍ପୃକ୍ତଙ୍କୁ ଧରିବାରେ ବିଫଳ ପୋଲିସ ବୋଲି ଖୋଲାଖୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ଯେ, ପୋଲିସ କଣ ରାସ୍ତାରେ ଗାଡି, ମଟର ଅଟକାଇ ଚାଲାଣ କାଟି ଲୋକଙ୍କୁ ହିନସ୍ତା କରି ରାଜକୋଷ ସବୃଦ୍ଧ କରିବା ପାଇଁ ନିୟୋଜିତ କି ବୋଲି କ୍ଷମତାସୀନ ଲୋକଙ୍କ ସରକାର ଏବଂ ସ୍ତାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଧାରଣ ଜନତା ପ୍ରଶ୍ନ ଉଠାଉଥିବା ଲକ୍ଷ୍ୟ କରାଯାଉଛି ।
ତେବେ କଣ ଏଇ ପରିବର୍ତ୍ତନର ସ୍ୱାଦ କି ବୋଲି ସମାଲୋଚନା କରିବା ସହିତ କରିଥିବା ଭୁଲର ସଂଶୋଧନ ଆଗକୁ ନିଶ୍ଚିତ ହେବ ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି । ତେଵେ ଏକ୍ଷେତ୍ରରେ ଗୋଟେ କଥା କୁହାଯାଇ ପାରେ ଚୋରି ରୋକିବା ସମ୍ଭବ ନୁହେଁ । କିନ୍ତୁ ରାତି ଡ୍ୟୁଟିରେ ନିୟୋଜିତ ପୋଲିସ କର୍ମଚାରୀ ନିଜ ଡ୍ୟୁଟି ପ୍ରତି କେତେ ସଚେତନ ଏବଂ ସକ୍ରିୟ ତାର ଅନୁଧ୍ୟାନ କରିବା ଆବଶ୍ୟକ ଥିବା ବେଳେ ଏହା କାହାର ଦାୟୀତ୍ୱ ? ରାଜ୍ୟ ସରକାର, ସ୍ଥାନୀୟ ବିଧାୟକ କିମ୍ବା ସମ୍ପୃକ୍ତ ଥାନା ଅଧିକାରୀ କାହାର ବୋଲି ପ୍ରଶ୍ନ ଉଠୁଥିବା ବେଳେ ବିଭାଗୀୟ ବିରିଷ୍ଠ ଅଧିକାରୀ ସ୍ପଷ୍ଟୀକରଣ ଦେବେ କି ବୋଲି ଆଲୋଚନା ହେଉଥିବା ବେଳେ ଜନତାଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମୁହଁ ଖୋଲିବେ କି ବିଭାଗୀୟ ବରିଷ୍ଠ ଅଧିକାରୀ ତାହା ଏବେ ବଡ଼ ପ୍ରଶ୍ନ ହୋଇ ମୁଣ୍ଡ ଟେକିଥିବା ଲକ୍ଷ୍ୟ କରାଯାଉଛି ।
ଉଲ୍ଲେଖଯୋଗ୍ୟ ତାରିଣୀ ମନ୍ଦିର ମୋରଡା ଛକର କେନ୍ଦ୍ରସ୍ଥଳରେ ଅବସ୍ଥିତ । ଥାନା ସୀମା ଠାରୁ ମାତ୍ର 15/20 ପାହୁଣ୍ଡ ଦୂର । ପୁଣି ମୋରଡ଼ା ଏକ ସୀମାନ୍ତ ବ୍ୟବସାୟିକ କେନ୍ଦ୍ରସ୍ଥଳ । ଆଉ ବଜାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ରାତି ପେଟ୍ରୋଲିଂ ପାଇଁ କର୍ମଚାରୀ ନିୟୋଜିତ ହେଉଛନ୍ତି । ତାସତ୍ତ୍ୱେ ଏକ ସ୍ପର୍ଶକାତର ସ୍ଥାନରୁ ଚୋରି ହେବା ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ତାଠାରୁ ଅଧିକ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରଶ୍ନ ଉଠୁଛି ବଜାରରେ ରାତି ଡ୍ୟୁଟିରେ ମୁତୟନ ପୋଲିସ କର୍ମଚାରୀ ଡ୍ୟୁଟି କରୁଥିଲେ ନା ଡ୍ୟୁଟି ନାମରେ ସୁଖ ନିଦ୍ରାରେ ଥିଲେ, ଏହାର ତଦାରଖ ଦାୟୀତ୍ୱ କାହାର ଥିଲା । ସେ ଦାୟୀତ୍ୱ ସଠିକ ଢଙ୍ଗରେ ନିର୍ବାହ ହୋଉଛି କି ନା ଏହାର ଯାଞ୍ଚ ଥାନା ଅଧିକାରୀ କରିଛନ୍ତି କି ନା ? ଅନ୍ୟପଟେ ତାରିଣୀ ମନ୍ଦିର ଦାନ ହୁଣ୍ଡିରେ ପ୍ରାୟ 15/20 ହଜାର ଟଙ୍କାରୁ ଅଧିକ ଥିବାର ଅନୁମାନ କରାଯାଉଥିବା ବେଳେ ଠାକୁରାଣୀଙ୍କ ଅନ୍ୟ ସାମଗ୍ରୀ ଚୋରି ହୋଇନଥିବା ପୂଜକଙ୍କ ସୂତ୍ରରୁ ଜଣାପଡ଼ିଛି ।
ମାତ୍ର ଏହି ଘଟଣାକୁ ସ୍ଥାନୀୟ ଥାନା ଅଧିକାରୀ ଗମ୍ଭୀରତାର ସହ ନେଇ ଫୋରେନସିକ ଟିମ ସହ ସନ୍ଧାନୀ କୁକୁରର ସାହାୟତା ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦେଖିବାକୁ ମିଳିଛି । ଯଦି ପୋଲିସ ନିଜର ମୂଳଦାୟୀତ୍ୱ ନିର୍ବାହରେ ବିଫଳ ତେଵେ ରାସ୍ତାଘାଟରେ ଗାଡିମଟର ଚେକିଂ ସମୟରେ ସାମାନ୍ୟ ମାନବିକତା ଦେଖାଇ ବାସ୍ତବତା ପ୍ରତି ଗୁରୁତ୍ୱ ନ ଦେଇ କେବଳ ଚାଲାଣ କାଟିବାକୁ ଆଗ୍ରଧିକାର ଦେଇ ଏତେ ସଜାଗ ଏବଂ ସକ୍ରିୟ ହେଉଛି କେମିତି ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି । ଅନ୍ୟପଟେ ମୋରଡା ଥାନା ଏକ ସୀମାନ୍ତ ଥାନା ହୋଇଥିବାରୁ ଏଠାରେ ଅଧିକ କର୍ମଚାରୀ ଆବଶ୍ୟକତାକୁ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅନୁଭବ କରି ପଦକ୍ଷେପ ଉଚିତ ପଦକ୍ଷେପ ଗ୍ରହଣ କରିବା ବଦଳରେ ନୀରବ କାହିଁକି ବୋଲି ପ୍ରଶ୍ନ ଉଠାଇ ଘଟୁଥିବା ଘଟଣାଜୁ ପ୍ରଶମିତ କରିବାକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ପ୍ରଦାନ କରିବା ବଦଳରେ ନୀରବତା ଅବଲମ୍ବନ କରି ଜଣେ ବରିଷ୍ଠ ସଚ୍ଚୋଟ ପୋଲିସ ଅଧିକାରୀଙ୍କୁ ଜନଶରବ୍ୟର ଶିକାର ହେବା ପାଇଁ ଛାଡିଦେବା କେତେ ଯୁକ୍ତିଯୁକ୍ତ ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି ।
ତେଵେ ମୋରଡା ଥାନା ଅଞ୍ଚଳରେ ଲଗାତାର ଘଟୁଥିବା ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ କି ପଦକ୍ଷେପ ନେଉଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତାଉପରେ ଅଞ୍ଚଳବାସୀଙ୍କ ନଜର ରହିଥିବା ଲକ୍ଷ୍ୟ କରାଯାଉଛି ।