ପ୍ରତିଦିନ ବିଟ୍ରୁଟ୍ ଖାଇଲେ,ମିଳିବ ଫାଇଦା

ବିଟ୍‌ରୁଟ୍‌ ରସ ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିପାରେ।ବିଟ୍‌ରୁଟ୍‌ରେ ଭିଟାମିନ୍‌ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। ସେହିପରି ବିଟ୍‌ରୁଟ୍‌ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବୃଦ୍ଧି କରି ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ।

ବିଟ୍‌ରୁଟ୍‌ ଶରୀରକୁ ଅମ୍ଳଜାନ ଯୋଗାଇଥାଏ,ଯାହା ପିଲା, କିଶୋର ଏବଂ ଗର୍ଭବତୀ ମହିଳାଙ୍କଠାରେ ରକ୍ତହୀନତାର ସମସ୍ୟାକୁ ହ୍ରାସ କରିଥାଏ ।  ସେହିପରି ବିଟ୍‌ରୁଟ୍‌ ନାଇଟ୍ରେଟ୍‌ରେ ଭରପୂର, ଯାହା ରକ୍ତବାହୀ ନଳୀରେ ରକ୍ତ ଜମାଟ ଗଠନକୁ ରୋକିଥାଏ ।