ଡିସେମ୍ବର ୨୪ରେ ରିଲିଜ ହେବ ‘କିଙ୍ଗ୍‌’

ବଲିଉଡ୍‌ର ‘ବାଦଶାହ’ ଶାହରୁଖ୍ ଖାନ୍‌ଙ୍କ ଆଗାମୀ ବହୁପ୍ରତିକ୍ଷିତ ଫିଲ୍ମ ‘କିଙ୍ଗ୍‌’ ର ରିଲିଜ୍ ତାରିଖ ଶେଷରେ ସାମ୍ନାକୁ ଆସିଛି। ଏହି ଆକ୍ସନ-ଆଡଭେଞ୍ଚର ଫିଲ୍ମଟି ଆସନ୍ତା ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଶାହରୁଖ ନିଜେ ଏହି ସୂଚନା ଦେଇଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସିଦ୍ଧାର୍ଥ ଆନନ୍ଦ। ଫିଲ୍ମର କାମ ବିଷୟରେ ଶାହରୁଖ କହିଛନ୍ତି ଯେ ନିର୍ଦ୍ଦେଶକ ଏବଂ ପୂରା ଟିମ୍ ଦର୍ଶକଙ୍କ ନିକଟରେ ଶ୍ରେଷ୍ଠ ଜିନିଷ ପହଞ୍ଚାଇବା ପାଇଁ ପୂରା ସମୟ ନେଉଛନ୍ତି। “ସିଦ୍ଧାର୍ଥ କଠିନ ପରିଶ୍ରମ କରୁଛନ୍ତି। ଟିକେ ବିଳମ୍ବ ହେଉଛି ସତ, କିନ୍ତୁ ସେ ସମୟ ନେଉଛନ୍ତି ଯେପରି ଦର୍ଶକମାନେ ଫିଲ୍ମଟିକୁ ପୂରା ଉପଭୋଗ କରିପାରିବେ ଏବଂ ‘କିଙ୍ଗ୍‌’କୁ ନେଇ ଗର୍ବିତ ହେବେ,” ବୋଲି ଶାହରୁଖ ପ୍ରକାଶ କରିଛନ୍ତି। ଏହି ଘୋଷଣା ପରେ ଶାହରୁଖଙ୍କ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି ।