ଗଞ୍ଜାମ ଜିଲ୍ଲା ସିକିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ଉ

୫ ଗିରଫ…

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଅତର୍କିତ ଚଢ଼ଉ କରିଛି। ପୋଲିସ କୌଣସି ସୂତ୍ରରୁ ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଚାନକ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗଞ୍ଜାମ ରୁ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।