ଓଜନ କମାଇବାରେ ସହାଯ୍ୟ କରିବ ଭୃଷଙ୍ଗ ପତ୍ର

ଭୃଷଙ୍ଗ ପତ୍ର ଓଜନ ହ୍ରାସ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ ପାଇଁ ଏକ ଉପାୟ ହୋଇଥାଏ । ଡକ୍ଟରଙ୍କ ଅନୁସାରେ , କେବଳ ଭୃଷଙ୍ଗ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଅନେକ ସମସ୍ୟାର ଅନେକ ସମାଧାନ ହୋଇଯିବ । ଭୃଷଙ୍ଗ ପତ୍ର ଖାଦ୍ୟକୁ ମଧ୍ୟ ସ୍ୱାଦିଷ୍ଟ କରିଥାଏ । ଭୃଷଙ୍ଗ ପତ୍ର ଏହାର ଆଣ୍ଟିଅକ୍ସିଡାଣ୍ଟ , ଭିଟାମିନ୍ ଏବଂ ଫାଇବର ପରିମାଣ ଯୋଗୁଁ ଅନ୍ୟାନ୍ୟ ଅନେକ ଉଦ୍ଦେଶ୍ୟରେ ଲାଭଦାୟକ । ଭୃଷଙ୍ଗ ପତ୍ର କେଶ ପାଇଁ ବହୁତ ଭଲ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ କେଶ ମୂଳକୁ ମଜବୁତ କରେ ଏବଂ କେଶ ଝଡ଼ିବା କମ୍ କରେ ।ଏହା ଚର୍ମରେ ଦାଗ ଏବଂ ପ୍ରଦାହକୁ କମ୍ କରିବାରେ ସାହାଯ୍ୟ କରିପାରେ। ଭୃଷଙ୍ଗ ପତ୍ର ଖାଇବା ଦ୍ୱାରା ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ବଦହଜମି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଭୃଷଙ୍ଗ ପତ୍ର ରକ୍ତ ଶର୍କରାକୁ କମ କରେ । ଭୃଷଙ୍ଗ ପତ୍ରରେ ଭିଟାମିନ୍ ଏ, ବି, ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।