ମରାଠୀ ସିନେମା ‘ଗୋନ୍ଧଲ’କୁ ୯୯ ତମ ଏକାଡେମୀ ପୁରସ୍କାର ,ଅସ୍କାର ୨୦୨୭ ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ବଛା ଯାଇଛି। ୩୩ ଭାରତୀୟ ଫିଲ୍ମକୁ ପଛରେ ପକାଇଲା ମରାଠୀ ଥ୍ରିଲର। ‘ଗୋନ୍ଧଲ’ ଗ୍ରାମୀଣ ମହାରାଷ୍ଟ୍ରର ଲୋକ ପରମ୍ପରା ଓ ଧାର୍ମିକ ଅନୁଷ୍ଠାନ ଉପରେ ଆଧାରିତ ଏକ ସାଇକୋଲଜିକାଲ ଥ୍ରିଲର୍। ସନ୍ତୋଷ ଦାଭଖର ଚଳଚ୍ଚିତ୍ରର କାହାଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ଦେଇଥିଲେ, ମୁଖ୍ୟ ଭୂମିକାରେ ଈଶିତା ଦେଶମୁଖ, କିଶୋର କଦମ, ଯୋଗେଶ ସୋହୋନି ଓ ନିଶାଦ ଭୋଏର୍ ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା ପ୍ରସିଦ୍ଧ ସଂଗୀତଜ୍ଞ ଇଲାଇୟାରାଜା କରିଛନ୍ତି।
ଫିଲ୍ମଟି ଏହି ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ନିଜ କାହାଣୀର ମୁଖ୍ୟ ଅଂଶ ଭାବେ ଗ୍ରହଣ କରିଛି। ଓସ୍କାର ୨୦୨୭ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ହେବା ଦୌଡ଼ରେ ମୋଟ ୩୩ଟି ଫିଲ୍ମ ସାମିଲ ଥିଲା। ଏଥି ମଧ୍ୟରେ ୧୪ଟି ହିନ୍ଦୀ ଫିଲ୍ମ ଥିଲା।ଏହା ବ୍ୟତୀତ ମରାଠୀ, ତେଲୁଗୁ ଓ ଗୁଜରାଟୀରୁ ୪ଟି ଲେଖାଏଁ, ତାମିଲରୁ ୩ଟି, ମଲୟାଲମ୍ ଓ ନାଗାମିଜରୁ ୧ଟି ଲେଖାଏଁ ଏବଂ ଗୋଟିଏ ସାଇଲେଣ୍ଟ (ମୂକ) ଫିଲ୍ମ ମଧ୍ୟ ଏହି ରେସରେ ଥିଲା । ଏହି ସମସ୍ତଙ୍କୁ ପଛରେ ପକାଇ ‘ଗୋନ୍ଧଳ’ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମନୋନୀତ ହୋଇଛି ।