୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଗୁଜୁରାଟର ଏକତା ନଗରଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜକ ଝିଲିକ୍ ଭଟ୍ଟାଚାର୍ଯ୍ୟ ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲ୍କେ’ ପୁରସ୍କାରରେ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ସମ୍ମାନିତ କରାଯାଇଛି ।
ଏଥିରେ ଓଡ଼ିଶାର ଗ୍ରାମୀଣ ପରିବେଶ, ବାପା-ପୁଅଙ୍କ ସମ୍ପର୍କର କାହାଣୀ, ବନ୍ଧୁତ୍ୱ ଏବଂ ଗାଁରେ ‘ଇକୋ-ଟୁରିଜିମ୍’ ମାଧ୍ୟମରେ ଲୋକଙ୍କ ବିକାଶକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିବା ପରେ ନିଜର ୫୦ ବର୍ଷର ସିନେମା ଯାତ୍ରା ଓ ନାଟକ ପ୍ରତି ଥିବା ଭଲପାଇବା ସମ୍ପର୍କରେ ସ୍ମରଣ କରି ଅନନ୍ତ ନାଗ କୃତଜ୍ଞତା ଜ୍ଞାପନ କରିଛନ୍ତି ।