ଗଂଜାମ/ଧରାକୋଟ(ସାକ୍ସୀ ନ୍ୟୁଜ୍): ଧରାକୋଟ ପ୍ରେସ କ୍ଲବ ପକ୍ଷରୁ ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଧରାକୋଟ ନିକଟସ୍ଥ ପୁଟୁ ଗ୍ରାମର ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଷ୍ଣୁକେଶରୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଧରାକୋଟ ପ୍ରେସ କ୍ଲବର ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ଥିବା କ୍ଲବ ଗୃହର ପୁନରୁଦ୍ଧାର, ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ କ୍ଲବର ନିୟମାବଳୀ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ସମସ୍ତ ସଦସ୍ୟଙ୍କ ଉପସ୍ଥିତି ଓ ସହମତିକ୍ରମେ ଧରାକୋଟ ପ୍ରେସ କ୍ଲବ ଗୃହର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏଥିସହ ଏକ ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ ଚୟନ କରାଯାଇଛି।ନୂତନ କାର୍ଯ୍ୟକାରିଣୀରେ ସଭାପତି ଭାବେ ଗିରିଜା ପ୍ରସାଦ ରଥ, ଉପସଭାପତି ଭାବେ ରୁଦ୍ରନାରାୟଣ ପଣ୍ଡା, ସମ୍ପାଦକ ଭାବେ କାଳୁଚରଣ ମହାପାତ୍ର, ସହସମ୍ପାଦକ ଭାବେ ଶଙ୍କର ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ସଞ୍ଜିତ କୁମାର ସ୍ୱାଇଁଙ୍କୁ ଚୟନ କରାଯାଇଛି।ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଞ୍ଜୟ କୁମାର ପଣ୍ଡା, ଶିଶିର କୁମାର ମହାନ୍ତି, ପଞ୍ଚାନନ ପାତ୍ର, ରବିନନ୍ଦନ ପ୍ରଧାନ ଏବଂ ଶିବାଜୀ ଗଣେଶ ପଣ୍ଡାଙ୍କୁ ଚୟନ କରାଯାଇଛି।ବୈଠକରେ ହୃଦାନନ୍ଦ ଜେନା, ଶ୍ରୀକାନ୍ତ ସାବତ, ଅଶେଷ ପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ, ବିଷ୍ଣୁକେଶରୀ ଆଚାର୍ଯ୍ୟ, ବିଶ୍ୱାସ ପାତ୍ରଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ପରିଶେଷରେ ନବନିର୍ବାଚିତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ସଦସ୍ୟମାନଙ୍କୁ ନୂତନ ସଭାପତି ଧନ୍ୟବାଦ ଜଣାଇବା ସହ ବୈଠକର ସମାପ୍ତି ଘୋଷଣା କରିଥିଲେ ।