କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ମୁଖ୍ୟାଳୟରେ ଆଜି ବାୟୁ ସେନା ଦିବସ ଅବସର ରେ ପାଟଣା ମୁଖ୍ୟାଳୟରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ( ଭେଟେରାନସ୍ ୱେଲ୍ଫେୟାର ଆସୋସିଏସନ)ପାଟଣା-ସାହାରପଡ଼ା ର ସଦସ୍ୟ ମାନଙ୍କ ଦ୍ଵାରା ଏକ ସଭା ର ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟ ମାନେ ଉତ୍ସାହ ର ସହିତ ଭାଗ ନେଇ ଥିଲେ। ମୂଖ୍ୟ ଅତିଥି ଭାବରେ ୱାରେଣ୍ଟ ଅଫିସର ‘ନିତ୍ୟାନନ୍ଦ ମହାନ୍ତ’ ମୁଖ୍ୟ ବକ୍ତା ଭାବେ ଜୁନିଅର ୱାରେଣ୍ଟ ଅଫିସର ‘ଭଗବାନ ମହାନ୍ତ ‘ ଅଧକ୍ଷ୍ୟ ଭାବରେ କ୍ୟାପଟେନ ‘ଉପେନ୍ଦ୍ର ମହାନ୍ତ,’ ପରିଚାଳକ ଭାବରେ ସେକ୍ରେଟାରୀ “ସୁବେଦାର ନାରାୟଣ ବାରିକ୍” ତଥା ଅନ୍ୟାନ୍ୟ ସଦସ୍ୟ ଗଣ ପ୍ରମୂଖ ଉପସ୍ଥିତ ଥିଲେ ।
ସର୍ବ ପ୍ରଥମେ ମୂଖ୍ୟ ଅତିଥି ଙ୍କୁ ପୁଷ୍ପ ଗୁଛ ଦେଇ ସଭାକୁ ସ୍ବାଗତ କରାଯାଇଥିଲା। ତାପରେ ବାୟୁସେନାର ସହିଦ୍ ବୀର ମାନଙ୍କ ଉଧ୍ୟେଶ୍ୟ ରେ ଦୀପ ଜାଳି, ପୁଷ୍ପାଞ୍ଜଳି ଦେଇ 2 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସେକ୍ରେଟାରି ଙ୍କ ଦ୍ଵାରା କାର୍ଯ୍ୟକ୍ରମ ର ସମ୍ୟକ୍ ସୂଚନା ଉପରାନ୍ତେ ଅଧ୍ୟକ୍ଷ ନିଜର ବକ୍ତବ୍ୟ ରଖିଥିଲେ ଓ ଆସୋସିଏସନ ପରିଚାଲନା ପାଇଁ ଆବଶ୍ୟକ କେତେ ଗୁଡ଼ିଏ ଆନ୍ତରିକ ବିଷୟ ଆଲୋଚନା କରିଥିଲେ। ମୂଖ୍ୟ ଅତିଥି ବାୟୁ ସେନା ଦିବସ ଓ ବାୟୁସେନାର ଇତିହାସ କୁ ସମସ୍ତଙ୍କ ଆଗରେ ରଖିଥିଲେ। ବର୍ତ୍ତମାନ ର ହାଇଟେକ ଡିଜିଟାଲ ଯୁଗରେ ରାଫେଲ ପରି ଆଧୁନିକ ଏୟାରକ୍ରାଫ୍ଟ ର ପରାକ୍ରମ ଅପରେସନ “ସିନ୍ଦୂର” ଭାରତ ଦେଖି ସାରିଛି। ମୂଖ୍ୟ ବକ୍ତା ବାୟୁ ସେନା ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ସମସ୍ତଙ୍କ ସୁସ୍ଵାସ୍ଥ୍ୟ କାମନା କରିଥିଲେ। ଶେଷରେ ଜଳପାନ ପରେ ସଭା ସାଙ୍ଗ କରାଯାଇଥିଲା। କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।