ବାରିପଦା(ସାକ୍ସୀ ନ୍ୟୁଜ୍): ବାରିପଦାର ପୁରାତନ ଯୁଗେଚ୍ଛା ନାଟ୍ୟ ସଂସ୍ଥାର ବରିଷ୍ଠ ସଦସ୍ୟ ଓ ଅଭିନେତା ସତ୍ୟବାନ ସେଠୀ ଗତ ୬ ତାରିଖରେ ଇହଧାମ ତ୍ୟାଗ କରିଥିଲେ। ଯୁଗେଚ୍ଛାର କାଳଜୟୀ ନାଟକ ସୂର୍ଯ୍ୟାସ୍ତ ରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ନାଟକରେ ତାଙ୍କର ଅଭିନୟ ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ ଜଣେ ନାଟ୍ୟମନସ୍କ କଳାପ୍ରେମୀ ଥିଲେ। ତାଙ୍କ ବିୟୋଗରେ ନାଟ୍ୟପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପରିବାରର ସଦସ୍ୟ ଅଭିନେତା ପ୍ରକାଶ ଦାଶ, ଅସିତ ଗିରି, ଜ୍ଞାନରଞ୍ଜନ ପଣ୍ଡା, ରଣଜିତ ସାହୁ, କୁନ୍ଦନ ଭଞ୍ଜ, ସମରେନ୍ଦ୍ର ବସା, ପ୍ରସନ୍ନ କୁମାର ମହାନ୍ତି, ଦିପ୍ତୀସ୍ମିତା ସାହୁ, ରାଜନନ୍ଦିନୀ ଦାସ, ଅଭିଷେକ ମହାପାତ୍ର, ସତ୍ୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପୁଟ ଭାଇଙ୍କୁ ମନେ ପକେଇବା ସହ ତାଙ୍କର ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।