କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ବାମେବାରୀ ଥାନା ଅନ୍ତର୍ଗତ ଭଣ୍ଡାରଡିହି ଗ୍ରାମରେ ସାମାନ୍ୟ ବଚସା ରୁ ହତ୍ୟାକାଣ୍ଡ ଘଟିଛି। ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଭଣ୍ଡାରଡିହି ଗ୍ରାମର ସୁରଜ ମୁଣ୍ଡା ତାଙ୍କ ସ୍ତ୍ରୀ ସହ କଳହ କରୁଥିବା ବେଳେ ସୁରଜ ଙ୍କ ସଂପର୍କୀୟ ଭାଇ ବେଲଦା ମୁଣ୍ଡା ସାହିର ମୋଟୁ ମୁଣ୍ଡା ହସ୍ତକ୍ଷେପ କରିବାରୁ ସୁରଜ ମୁଣ୍ଡା ଓ ମୋଟୁ ମୁଣ୍ଡାଙ୍କ ସହ କଳହ ହୋଇଥିଲା। ଏଥିରେ କ୍ରୋଧାନ୍ୱିତ ହୋଇ ମୋଟୁ ମୁଣ୍ଡା ପଥର ଓ କୋଦାଳ ରେ ସୁରଜ ମୁଣ୍ଡା କୁ ଆକ୍ରମଣ କରିଥିଲା। ଫଳରେ ସୁରଜ ମୁଣ୍ଡା ଗୁରୁତର ଆହତ ହୋଇଥିଲା। ତାଙ୍କୁ ପରିବାର ଲୋକେ କେନ୍ଦୁଝର ଡାକ୍ତରଖାନା କୁ ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ବାମେବାରୀ ପୋଲିସ ଏକ ହତ୍ୟା ମାମଲା ନଂ ୨୭୯/୨୦୨୬ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ଆଇଆଇସି ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି। କେନ୍ଦୁଝରରୁ ଅଞ୍ଜନ ରାଣାଙ୍କ ରିପୋର୍ଟ ।