କରୋନା ଟିକା ନେଇଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

ନୂଆପଡା: କରୋନା ଟିକା ନେଇଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି। ସେ କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ମୃତକ ଜଣକ ନାମ ହେଲା ନାନିକରାମ କେଉଟ। ତାଙ୍କ ଘର ନୂଆପଡା ଜିଲ୍ଲା ଦିଆନମୁଣ୍ଡାରେ

ସୂଚନା ଅନୁଯାଇ, ଗତ ୨୩ ତାରିଖରେ ସେ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରି ଆନ୍ଦୋଳନକୁ ଓଲେହିଛନ୍ତି ନୂଆପଡ଼ା ଗରିବ ସେନା।

ତେବେ ନୂଆପଡ଼ା ସିଡିଏମ୍ଓ ଏବଂ କରୋନାର ଜିଲ୍ଲା ମୁଖପାତ୍ର କହିଛନ୍ତି, ଟିକା ପାଇଁ ତାଙ୍କର ମୃତ୍ୟୁ ହୋଇନି ବରଂ ଅନ୍ୟ କୌଣସି ରୋଗରୁ ମୃତ୍ୟୁ ହୋଇଥାଇପାରେ। ରିପୋର୍ଟ ଆସିବା ପରେ ତାହା ଜଣାପଡିବ ବୋଲି ସେ କହିଛନ୍ତି।