ମୋବାଇଲ ଫୋନ୍ ଲୁଚାଇ ଦେଇଥିବାରୁ ବାପାକୁ ହତ୍ୟା କଲା ଝିଅ

ବିଳାସପୁର :  ଛତୀଶଗଡର ବିଳାସପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପା ମୋବାଇଲ ଫୋନ ଲୁଚାଇଦେବାରୁ ଏଥିରେ ଝିଅ ରାଗିଯାଇ ବାପାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଏବଂ ମା ସହ ମିଶି ମୃତଦେହକୁ ପୋତିଦେଇଛି । ଘଟଣାରେ ମା-ଝିଅ ଉଭୟଙ୍କୁ ପୋଲିସ ଗିରଫ କରିନେଇଥିବା ସୂଚନା ମିଳିଛି ।

ଖବର ଅନୁସାରେ,  ଛତୀଶଗଡର ବିଳାସପୁର ଜିଲ୍ଲା କୋଟା ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁରେ ମଙ୍ଗଲୁରାମ ଧନଓ୍ବରଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ଝିଅ ଦିବ୍ୟା ଏବଂ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରାଥମିକ ତଦନ୍ତରୁ ପୋଲିସକୁ ଜାଣିବାକୁ ମିଳିଛି ଯେ, ଅଭିଯୁକ୍ତ ଝିଅ ଦିବ୍ୟା ନିଜ ପିତାଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲା ।ଏହି ବିବାହରେ ପିତା ମଙ୍ଗଲୁରାମ ଧନଓ୍ବର ଅସନ୍ତୁଷ୍ଟ ଥିଲେ ।ଗତ ୨୩ ତାରିଖରେ ଝିଅ ନିଜ ବାପାଙ୍କ ଘରକୁ ଆସିଥିଲା । ତା ପର ଦିନ ସେ ତାଙ୍କ ଫୋନ ଘରେ କେଉଁଠି ବି ପାଇନଥିଲେ । ଏ ବାବଦରେ ନିଜ ପିତାଙ୍କୁ ପଚାରିବାରୁ ମଙ୍ଗଲୁରାମ ସଠିକ୍‌ ଜବାବ ଦେଇନଥିଲେ । ମୋବାଇଲ ହଜିବାକୁ ନେଇ ଦିନ ତମାମ ପାଟିତୁଣ୍ଡ ଲାଗିଥିଲା । ମୋବାଇଲ ନମିଳିବାରୁ ଉତକ୍ଷିପ୍ତ ଝିଅ ପିତାଙ୍କୁ ନିସ୍ତୁକ ପିଟିଥିଲା । ଚିତ୍କାର ଶୁଣି ପଡୋଶୀ ସେଠାରେ ପହଞ୍ଚିଥିଲେ କିନ୍ତୁ ଅଭିଯୁକ୍ତ ଝିଅ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।ତେବେ ସେଠାରୁ ପଡୋଶୀ ଚାଲିଯିବା ପରେ ମଙ୍ଗଲୁରାମଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଝିଅ । ଏହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଝିଅ ବିଦ୍ୟା ଏବଂ ମା ଉଭୟ ମଙ୍ଗଲୁରାମଙ୍କ ମୃତ ଦେହକୁ ତରବରିଆ ଭାବେ ପୋତି ଦେଇଥିଲେ । ତେବେ ପୋଲିସ ଖୋଳତାଡ କରି ଉଭୟଙ୍କୁ ଗିରଫ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।