ଅଚିହ୍ନା ଯୁବତୀଙ୍କ ମୃତଦେହ ରାସ୍ତାକଡରୁ ଉଦ୍ଧାର

ଯାଜପୁର,(ଏସ୍ ନ୍ୟୁଜ‌): ଯୁବତୀଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୁତ୍ତ । ଯାଜପୁର ଜିଲ୍ଲା ମୂଳାପାଳ ଦିଆଲଖଣ୍ଡି ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରତ୍ୟେକ୍ଷଦର୍ଶୀ କହିବାନୁସାରେ ଦୁଇ ଜଣ ଯୁବକ ସ୍କୁଟିରେ ଯୁବତୀଙ୍କୁ ଆଣି ରାସ୍ତାକଡ଼ରେ ଫୋପାଡି ଦେଇ ଚାଲିଯାଇଛନ୍ତି । ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ଉଦ୍ଧାର କରାଯାଇଛି । କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।