ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ୩୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ଅଧିକ ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲାକୁ ପଛକୁ ଠେଲି ଉପରକୁ ଉଠିଛି ଖୋର୍ଦ୍ଧା।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧୭ ଜଣ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୭୨୨ ଜଣ ପଜିଟିଭ୍ ବାହାରିଛନ୍ତି। ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୮୮୧ ରେ ପହଞ୍ଚିଛି। ଗଞ୍ଜାମ (ମୋଟ ଆକ୍ରାନ୍ତ ୧୮,୩୪୫) ଜିଲ୍ଲାକୁ ପଛରେ ପକାଇ ଏବେ ଖୋର୍ଦ୍ଧା ଶୀର୍ଷକୁ ଉଠିଛି।
ଅନ୍ୟପଟେ କଟକରୁ ୩୭୦, ମୟୁରଭଞ୍ଜରୁ ୩୬୫, ବରଗଡ଼ରୁ ୨୩୮, ଭଦ୍ରକରୁ ୧୮୬, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ରାୟଗଡ଼ାରୁ ୧୧୧, ଗଞ୍ଜାମରୁ ୧୦୭, ନୟାଗଡ଼ରୁ ୧୦୦, ସୁନ୍ଦରଗଡ଼ରୁ ୯୫, କୋରାପୁଟରୁ ୯୩, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୮୦, ଝାରସୁଗୁଡ଼ାରୁ ୮୦, ଜଗତସିଂହପୁରରୁ ୭୯, ସମ୍ବଲପୁରରୁ ୬୮, ଢ଼େଙ୍କାନାଳରୁ ୫୬, ମାଲକାନଗିରିରୁ ୫୫, ସୋନପୁରରୁ ୫୦, ନୂଆପଡ଼ାରୁ ୪୯, ନବରଙ୍ଗପୁରରୁ ୪୬, କନ୍ଧମାଳରୁ ୪୪, ଅନୁଗୁଳରୁ ୪୧, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୨୭, କଳାହାଣ୍ଡିରୁ ୨୭, ଦେଓଗଡ଼ରୁ ୧୧, ଗଜପତିରୁ ୯ ଜଣ ଲେଖାଁଏ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ପୁଣି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା ଯୋଗୁଁ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୨୨ ହୋଇଛି। ୨୮,୭୬୩ ଆକ୍ଟିଭ ମାମଲା ରହିଥିବା ବେଳେ ୮୪,୦୭୩ ଜଣ ଭଲ ହେଲେଣି।