ଅହମଦନଗର: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲକ୍ଷଲକ୍ଷ ଚାଷୀଙ୍କ ସମର୍ଥନରେ ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହଜାରେ ବାହାରିଛନ୍ତି। ଚାଷୀଙ୍କୁ ସମର୍ଥନ ଜଣାଇ ଆସନ୍ତାକାଲି ଠାରୁ ମହାରାଷ୍ଟ୍ରର ଅହମଦନଗରରେ ଆନ୍ନା ହଜାରେ ଆମାରଣ ଅନଶନ ଆରମ୍ଭ କରିବେ। ଏଥିସହ ସେ ନିଜର ସମର୍ଥକମାନଙ୍କୁ ମଧ୍ୟ ଅନଶନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ୮୪ ବର୍ଷୀୟ ଆନ୍ନା କହିଛନ୍ତି ଯେ, ବିଗତ ୪ ବର୍ଷ ହେଲାଣି ଚାଷୀଙ୍କ ପ୍ରମୁଖ ଦାବିଗୁଡ଼ିକ ପାଇଁ ମୁଁ ଆନ୍ଦୋଳନ କରୁଛି। ଏବେ ଲାଗୁଛି ସରକାର ଚାଷୀଙ୍କ ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଉନାହାନ୍ତି।